oom

କୋରନା ମହାମାରୀରୁ ତ୍ରାହି ନିମନ୍ତେ ଗଞ୍ଜାମ ଜିଲ୍ଲାର ପଲ୍ଲୀବହୁଳ ସମାଜରେ ଚାଲିଛି ଭକ୍ତିବାଦର ସୂତ୍ର

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋଉଠି ନା କୋଉଠି ଚାଲିଛି ଭକ୍ତିବାଦର ବହୁଳ ପ୍ରଚଳନ । ଦେଶରେ ଶାନ୍ତିର ବାର୍ତ୍ତା ବହନ ଓ କୋରନା ମହାମାରୀରୁ ମାନବ ସମାଜ ମୁକୁଳିବା ଉଦ୍ଦେଶ୍ୟରେ ଚାଲିଛି ମନ୍ଦିର ପ୍ରକୋଷ୍ଠରେ ହୋମ, ଷୋଡଶ ପୂଜାର୍ଚ୍ଚନା ଏବଂ ଭକ୍ତିବାଦର ସୂତ୍ର ହରିନାମ ସଂକୀର୍ତ୍ତନ, ରାମନାମ ଜପ , ମହାମାୟୀଙ୍କ ପୂଜା ଅବା ଶାକ୍ତପରମ୍ପରାର ପ୍ରଚଳନ । ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଆରାଧ୍ୟା ଦେବୀଙ୍କୁ କ୍ଷୀରି, ଖେଚୁଡ଼ି, ମଣ୍ଡାପିଠା, ପୋଡ଼ପିଠା, ନବାତ, ଦହି, ରସାବଳୀର ପଣା କେଉଁଠି ତ’ ଗଞ୍ଜେଇ ପଣା, ବଳିପ୍ରଥା ସ୍ୱରୂପ ଭୋଗରାଗ କରାଇ ଦେବୀଙ୍କୁ ସମର୍ପି କୋରନା ମହାମାରୀରୁ ମୁକ୍ତି କାମନା କରିଛନ୍ତି ଜନସାଧାରଣ। ସର୍ବୋପରି ହରି ରାମ ନାମ ସଂକୀର୍ତ୍ତନ ବହୁଳ ଭାବେ ଗ୍ରାମାଞ୍ଚଳରେ ଏହି ଭକ୍ତିବାଦର ପ୍ରଥା ପ୍ରଚଳନ ହୋଇଆସୁଥିବା ଦେଖାଦେଇଛି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୨ କିମି ଦୂରରେ ଥିବା ହୁମର ଗ୍ରାମର ରଘୁନାଥ ମନ୍ଦିରରେ ରାମନବମୀ ଠାରୁ ଦୀର୍ଘ ୭ ଦିନ ଧରି ନାମଯଜ୍ଞ ଚାଲିଥିଲା । ଗ୍ରାମବାସୀ ଏକତ୍ରିତ ହୋଇ କିପରି କରୋନା ମହାମାରୀରୁ ମାନବ ସମାଜ ଶୃଙ୍ଖଳିତ ଓ ସ୍ୱାଭାବିକ ଅବସ୍ଥାକୁ ଫେରିବେ ସେ ନେଇ ଉଭୟ ପୁରୁଷ ଓ ମହିଳା ଏହି ଭକ୍ତିବାଦ ସୂତ୍ରରେ ଛତ୍ରପୁର ବ୍ଳକର ହୁମର ଗ୍ରାମର ଭକ୍ତ ଗୋଷ୍ଠୀ ସାମିଲ ହୋଇ ହରି ନାମରେ ମଜ୍ଜି ଯାଇଥିଲେ । ମୁଖରେ କାହାରି ବି ମାସ୍କ ନଥିଲା, କି ସାମାଜିକ ଦୂରତାକୁ ଆପଣେଇ ନଥିଲେ । ସାତଦିନ ଧରି ହୁମର ଗ୍ରାମରେ ଅନ୍ନପ୍ରସାଦ ମଧ୍ୟ ଗ୍ରାମବାସୀ ସାମୂହିକ ଭାବେ ବସି ଖାଇବାର ମଜା ନେଇଥିଲେ ବୋଲି ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.