csstore

ଆଦିବାସୀ ନେତା ଚକା ମାଝୀଙ୍କ ଅକାଳ ବିୟୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଯୁବାମାଲ ଗ୍ରାମର ଆଦିବାସୀ ନେତା ଚକା ଚରନ ମାଝୀ(୪୫)ଙ୍କ ଅକାଳ ବିୟୋଗ ଘଟିଛି, ଯାହାକୁ ନେଇ ଏବେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଅଖିଲ ଭାରତୀୟ ଅଣ ସଂଗଠିତ ଶ୍ରମିକ ମଜଦୂର କଂଗ୍ରେସ ଜିଲ୍ଲା ସଂଯୋଜକ, ବ୍ଳକ ଆଦିବାସୀ ସମ୍ପାଦକ, ଉତ୍କଳ କନ୍ଦ ସମାଜ ଗହକା ପ୍ରରଣା ସମ୍ପାଦକ, ଦଳିତ ଆଦିବାସୀ ସକ୍ରିୟ ସଦସ୍ୟ, ଭନ୍ଦ୍ରା ହାଇସ୍କୁଲର ପ୍ରତିଷ୍ଠାତା ସଦସ୍ୟ ତଥା ୩ ଥର ୱାଡ଼ମେମ୍ଵର ପଦବୀ ହାସଲ କରିଥିଲେ । ସେ କଂଗ୍ରେସ ଦଳରେ ଦୀର୍ଘ ବର୍ଷ ହେଲା ଜଡିତ ଥିଲେ ଓ ଲୋକଙ୍କ ସୁଖ ଦୁଃଖରେ ସାଥୀ ହୋଇ ସେବା କରୁଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ଦଳ ପାଇଁ ଏକ ବଡ କ୍ଷତି ହୋଇଛି । ତାଙ୍କର ଅକାଳ ବିୟୋଗରେ ପୁର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ।ଦାଳଗୋବିନ୍ଦ ଭୋଇ, ସାମ୍ବାଦିକ ରାମ ନାରାୟଣ ବାଗ, ଟିଟିଲାଗଡ ନିର୍ବାଚନ ମିଡ଼ିଆ ସେଲ ସଂଯୋଜକ ସୁବ୍ରତ ବେହେରା, ସୁବ୍ରତ ପଟନାୟକ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ, ଆଇନଜୀବୀ ହୀଯକ୍ଷ ତାଣ୍ଡି, ଆଇନଜୀବୀ ଜପେଶ୍ୱର ଯାନୀ ସମେତ ଅଞ୍ଚଳରେ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ତାଙ୍କର ଅକାଳ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

jayashree
Leave A Reply

Your email address will not be published.