ଟ୍ରେନ୍‌କୁ ରୋକିଲେ ମାଓବାଦୀ, ଖୋଲିଦେଲେ ଗୋଟିଏ ବଗି ଓ ଇଞ୍ଜିନ୍

ମାଲକାନଗିରି : ଟ୍ରେନ୍‌କୁ ଅଟକାଇ ଟ୍ରେନ୍‌ରେ ବସିଥିବା ଯାତ୍ରୀଙ୍କୁ ମାଓବାଦୀମାନେ ପୋଷ୍ଟର ବାଣ୍ଟିଛନ୍ତି । ଆସନ୍ତା ୨୬ ତାରିଖରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସୂଚନା ମୁତାବକ, ଶତାଧିକ ମାଓବାଦୀ ଶୁକ୍ରବାର ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏକ ପାସେଞ୍ଜର ଟ୍ରେନ୍‌ରେ ବଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲ ରାସ୍ତାରେ ଅଟକାଇଥିଲେ । ଆସନ୍ତା ୨୬ ତାରିଖ ଭାରତ ବନ୍ଦ କରିବା ଲାଗି ପାସେଞ୍ଜରମାନଙ୍କୁ ମାଓ ପୋଷ୍ଟର ବୋଲି ସୂଚନାରେ କୁହାଯାଇଛି । ଏହା ସହ ଟ୍ରେନର ବଗିରେ ମଧ୍ୟ ନକ୍ସଲ ମାନେ ଲଗାଇଥିଲେ ଅନେକ ମାଓ ପୋଷ୍ଟର । ଦୁଇ ଘଣ୍ଟାରୁ ଅଧିକ ଅଧିକ ସମୟ ଧରି ସେଠାରେ ଟ୍ରେନ୍ ଟି ଅଟକି ରହିବା ପରେ ଗୋଟିଏ ଇଞ୍ଜିନ ଓ ଗୋଟିଏ ବଗିକୁ ନକ୍ସଲ ମାନେ ଖୋଲି ଦେଇଥିଲେ । ପରେ ଅଧା ଟ୍ରେନ ଓ ପାସେଞ୍ଜର ମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଟ୍ରେନ୍ କିରାଣ୍ଡୁଲ ପହଞ୍ଚିଥିଲା । ଆଜି ସକାଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.