ଡେଲାଙ୍ଗରେ ମାକ୍ସ ଚେକିଂ କଡାକଡି : ଆମାନିଆଙ୍କ ଠାରୁ ଫାଇନ୍‌ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଦ୍ୱିତୀୟ ଲହର ଏବେ ଦେଶରେ ଭୟଙ୍କର ରୂପ ନେଇଛି । ପ୍ରତ୍ୟକ ଦିନ ଏହି ସଂକ୍ରମିତ ରୋଗରେ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଧନଜୀବନ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଡେଲାଙ୍ଗ ତହସିଲ ପକ୍ଷରୁ ମାକ୍ସ ବ୍ୟବହାର ଉପରେ କଡାକଡି ଚେକିଂ କରାଯାଇଛି । ଯେଉଁମାନେ ଏହି ବିଶ୍ୱମାହାରୀ କରୋନା ସମୟରେ ସରକାରଙ୍କ ନିୟମ ନମାନିବେ ଓ ମାକ୍ସ ବ୍ୟବହାର ଉପରେ ଗୁରୁତ୍ୱ ନଦେବେ ସେମାନଙ୍କ ଉପରେ ଆଇନନୁଯାଇ କାର୍ଯ୍ୟନୁଷ୍ଠାନ ସହିତ ଅମାନିଆଙ୍କ ଠାରୁ ଫାଇନ୍‌ ଆଦାୟ କରାଯିବା ଭଳି ବ୍ୟବସ୍ଥା ରହିଥିବା ଜଣାପଡିଛି । ଆଜି ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇଙ୍କ ନେତୃତ୍ୱରେ ଆଜି ଡେଲାଙ୍ଗ ସ୍ଥିତ ଷଡାଙ୍ଗୋଇ, ହରିରାଜପୁର ଆଦି ବିଭିନ୍ନ ସ୍ଥାନରେ ମାକ୍ସ ବ୍ୟବାହର ଉପରେ ଚେକିଂ କରାଯାଇଥିଲା ଏବଂ କେତେକ ଅମାନିଆଙ୍କ ଠାରୁ ୨୦୦୦ଟଙ୍କା ଫାଇନ୍‌ ଆଦାୟ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି । ଏନେଇ ଡେଲାଙ୍ଗ ତହସିଲଦାର ଶ୍ରୀ ବଢେଇଙ୍କୁ ପଚାରିବାରେ ସେ କୁହନ୍ତି ପ୍ରତ୍ୟକ ଦିନ ବିଶ୍ୱ ମହାମାରୀ କରୋନା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମକୁ କଡାକଡି ପାଳନ ଉପରେ ଧ୍ୟାନ ଦିଆଯିବ ଏବଂ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.