ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଉମାବଲ୍ଲଭ ମହାପାତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବରେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରପ୍ରାପ୍ତ କୁଳପତି ତଥା ସମ୍ବଲପୁର ଗଙ୍ଗାଧର ବିଶ୍ୱବିଦ୍ୟାଳୟର କୁଳପତି ଏନ.ନାଗରଜ୍ଜୁଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଥିବା ସୂଚନା ମିଳିଛି । ବିଶ୍ୱବିଦ୍ୟାଳୟର ଚାରିଆଡେ ବୁଲିବା ସହ ଶିକ୍ଷାନୁଷ୍ଠାନର ଜମି ସମ୍ପର୍କରେ ଜାଣିବା ପାଇଁ ପ୍ରଫେସର ଉମାବଲ୍ଲଭ ମହାପାତ୍ର ବୁଲି ଦେଖିଥିଲେ । ମଧ୍ୟାହ୍ନ ସାଢ଼େ ୧୨ଟାର ପୂର୍ବତନ ଭାରପ୍ରାପ୍ତ କୁଳପତିଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିବା କୁହାଯାଇଛି ।

Leave A Reply

Your email address will not be published.