ବଲାଙ୍ଗିର ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ର ଦ୍ୱିତୀୟ ଦିନ : ଲୋକେ ସଚେତନ ହେବା ଜରୁରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ର ଦ୍ୱିତୀୟ ଦିନ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳ ଏବଂ ପାଟଣାଗଡ଼, ତୁଷୁରା ଓ କଂଟାବାଂଜି ଏନ୍‌ଏସି ଅଂଚଳରେ ସପ୍ତାହନ୍ତ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଲୋକେ କରୋନା ପ୍ରତି ଆହୁରି ସଚେତନ ହେବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ସହରର କିଛି ମାଛ, ମାଂସ ତଥା କୁକୁଡ଼ା ଦୋକାନ ଖୋଲାଥିବା ଦେଖିବାକୁ ମିଳିଥିଲା । ଜନ ସମାଗମ ମଧ୍ୟ କିଛିକାଂଶରେ ଅନୁମାନ କରାଯାଇଥିଲା । ତେବେ କେବଳ ପ୍ରଶାସନର କଟକଣା ଭୟରେ ଲୋକେ ଶୃଙ୍ଖଳିତ ହେବା ଅପେକ୍ଷା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତଃ ଶୃଙ୍ଖଳିତ ହେବା ନିହାତି ଆବଶ୍ୟକ ହୋଇପଡ଼ିଛି । ସାରା ଦେଶରେ ଓ ରାଜ୍ୟରେ ତଥା ଜିଲ୍ଲାରେ କରୋନା ସଂକ୍ରମଣର ତୀବ୍ରତା ଅନୁଭବ ହେଉଥିବା ବେଳେ ଜନସାଧାରଣଙ୍କ ଅବହେଳା ହୁଏତ ଏହାକୁ ଆହୁରି ତୀବ୍ରତର କରିପାରେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମୁହଁରେ ମାସ୍କ ଲଗାଇବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ତଥା ସାନିଟାଇଜର୍‌ ବ୍ୟବହାର କରିବା ସଂଗେ ସଂଗେ ସରକାରଙ୍କ କରୋନା ଗାଇଡ ଲାଇନ୍‌କୁ ଅନୁପାଳନ କରିବା ନିମନ୍ତେ ସଚେତନତ କରାଯାଉଛି । ଏଥିପ୍ରତି ସମସ୍ତ ଜିଲ୍ଲାବାସୀ ନିଷ୍ଠା ସହକାରେ ଧ୍ୟାନ ଦେବା ଏକାନ୍ତ ଆବଶ୍ୟକ । କରୋନାର ଭୟାବହତାରୁ ନିଜକୁ ତଥା ମାନବ ଜଗତକୁ ସୁରକ୍ଷିତ ରଖିବାକୁ ହେଲେ ସଚେତନ ହେବା ଏକାନ୍ତ ଆବଶ୍ୟକ, ଏହା ସମସ୍ତଙ୍କ ଧ୍ୟେୟ ହେବା ଆବଶ୍ୟକ ।

Leave A Reply

Your email address will not be published.