ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ବଦଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ନିର୍ଦେଶନାମା ପ୍ରକାରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ବଦଳି ଘୋଷଣା ହୋଇଛି । ସେ ବଦଳି ହୋଇ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଗତ ୨୧/ ମଇ / ୨୦୧୮ରେ ସେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ସମନ୍ୱୟ ସ୍ଥାପନ କରି ପ୍ରତ୍ୟେକ ପଞ୍ଚାୟତ ପାଇଁ ଆବଶ୍ୟକୀୟ ଭିନ୍ନ ଭିନ୍ନ ବିକାଶ ଢାଞ୍ଚା ପ୍ରସ୍ତୁତ କରିବା ସହ ତଦନୁଯାୟୀ କାର୍ୟ୍ୟକ୍ରମ ଧାର୍ୟ୍ୟ କରିଥିଲେ । ତାଙ୍କ କର୍ତ୍ତବ୍ୟନିଷ୍ଠା ଓ ସୁପରିଚାଳନା କାରଣରୁ ହିଞ୍ଜିଳି ପଞ୍ଚାୟତ ସମିତି ବିଗତ ତିନି ବର୍ଷରେ ୩ ଥର ଜାତୀୟ ସ୍ତରରେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ହାସଲ କରିବା ସହ ରାଜ୍ୟ ସ୍ତରରେ ସ୍ୱଚ୍ଛ ସର୍ବେକ୍ଷଣ, ଜିଲ୍ଲା ସ୍ତରରେ ଗ୍ରାମୀଣ ଗୃହ ନିର୍ମାଣ ଉତ୍କର୍ଷ ପୁରସ୍କାର, ଉର୍ଜ୍ଜା ପୁରସ୍କାର ଆଦି ଅନେକ ପୁରସ୍କାର ଲାଭ କରିପାରିଛି । ତାଙ୍କ କାର୍ୟ୍ୟକଳାପକୁ ଅନେକ ପଞ୍ଚାୟତ ପ୍ରତିନିଧି ଏବଂ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.