jsm

ଜିଲ୍ଲା ଦଳିତ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡକ୍ଟର ବି.ଆର୍‌ ଆମ୍ବେଦକର ଦଳିତ ବର୍ଗ ପାଇଁ ତ୍ରାଣ କର୍ତ୍ତା ଭାବେ ସମାଜରେ ଶୃଙ୍ଖଳା ଆଣିବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିଥିଲେ । ତେବେ ଆଜି ତାଙ୍କ ଜନ୍ମ ଦିବସକୁ ସାରା ଭାରତରେ ପାଳନ କରା ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଳା ଦଳିତ ସମାଜ ପକ୍ଷରୁ ମଧ୍ୟ ପାଳନ କରାଯାଇଛି । ଏଥିରେ ସ୍ଥାନୀୟ ବ୍ଲଡ ବ୍ୟାଙ୍କ ଠାରେ ରକ୍ତଦାନ ଶିବିର ଏବଂ ଏକ ବାଇକ୍‌ ରାଲି ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରରେ ସ୍ନେହଲତା ତାଣ୍ଡି ଏବଂ ମୌନାବତୀ ପଧାନଙ୍କ ସହ ସମାଜର ଅନ୍ୟ ବ୍ୟକ୍ତିମାନେ ମଧ୍ୟ ରକ୍ତଦାନ କରିଥିବା ବେଳେ ୪୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା । କିଶୋର କୁମ୍ଭାର, ବିଜୟ ଚନ୍ଦ୍ର ବାରିକ, ଶମ୍ଭୁ ନାଗ, ସୂର୍ୟ୍ୟମଣି ସୁନା, କୁନା ବାଗ, ନେପାଲ ବାଗ, ତୁଲସୀ ମେହେର, ନଟରାଜ ନାଗ, ଦ୍ରୋଣ କୁମ୍ଭାର, ସେବରାଜ ମହାନନ୍ଦ, ସୁନୀଲ ମୁଗ୍ରୀ, ବିରେନ୍ଦ୍ର ତାଣ୍ଡି, କାର୍ତ୍ତିକ ନାଗ, ଦଶରଥ ନନ୍ଦ, ସୁବଲ ବାଗ, ଡାକ୍ତର ବାଗ, ହରୀ ନନ୍ଦ ନୀଳକଣ୍ଠ ସୁନା, ସୁଶୀଲ ହରିପାଲ, ଅମିନ୍ଦ୍ର ମେହେର, ଦୀନେଶ ନାଗ ପ୍ରମୁଖ ସମାଜର କାର୍ୟ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.