jsm

କୋଭିଡ୍ ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତ

csstore

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତ କରି ଉଭୟ ଜିଲ୍ଲାର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ଖୁବ୍ ଶୀଘ୍ର ବିଶେଷଜ୍ଞ ଡାକ୍ତରଦଳ ଯୋଗଦେବେ ଏବଂ ଏକ ଲାଇଫ୍ ସପୋର୍ଟ୍ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ। ଉଭୟ ଜିଲ୍ଲାରେ କୋଭିଡ୍ କେୟାର କେନ୍ଦ୍ର କାର୍ୟ୍ୟକ୍ଷମ କରିବା ସହ ଟେଷ୍ଟିଂ ଅଧିକରୁ ଅଧିକ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜନ ସଚେତନତା ବ୍ୟାପକ କରିବା, ବଜାର କମିଟିମାନଙ୍କ ସହ ଆଲୋଚନା କରି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମକୁ କଡାକଡି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

yuvodaya
Leave A Reply

Your email address will not be published.