jsm

ମାଁ ସାହାଜୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ମହଖଣ୍ଡକୁ ପରାସ୍ତ କରି ସିକୁଆଁ ଚାମ୍ପିଆନ୍‌

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘ କପିଲାଭଟା ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିିତ ଆନୁକୂଲ୍ୟରେ ଚାଲିଥିବା ମାଁ ସାହାଜୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଯାପିତ ହୋଇଯାଇଛି । ଆୟୋଜିତ ଉଦଯାପନୀ ଉତ୍ସବରେ କ୍ରିକେଟ କ୍ଲବର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବଙ୍ଗୋମୁଣ୍ଡା ସାହିତ୍ୟ କଳା ପରିଷଦର ସଭାପତି ଡଃ ନାରାୟଣ ମିଶ୍ର,ସମ୍ମାନୀୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ରାଷ୍ଟ୍ରୀୟ ସ୍ୱେଚ୍ଛାସେବୀ ଝସକେତନ ବାରିକ, ଚୁଳଧର ବେହେରା, ମାଁ ସାହାଜୀ ଯୁବକ ସଂଘର ସଂଯୋଜକ ପୃଥିରାଜ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ସମ୍ପାଦକ ହୁଲେଶ୍ୱର ହଂସ ପରିଚାଳନା କରିଥିବା ବେଳେ ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରିଆ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ରେ ୮ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ସିକୁଆଁ ଓ ମହଖଣ୍ଡ ଦଳ ଫାଇନାଲ ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇଥିଲା । ଏଥିରେ ପ୍ରଥମେ ମହଖଣ୍ଡ ଦଳ ବ୍ୟାଟିଂ କରି ୧୦ ଓଭରରେ ୧୦୯ ରନ ସଂଗ୍ରହ କରିଥିବା ବେଳେ ଜବାବରେ ସିକୁଆଁ ଦଳ ୯ ଓଭରରେ ୧୧୦ ରନ ସଂଗ୍ରହ କରି ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଆନ୍‌ ହୋଇଥିଲା । ରନର୍ସଅପ ମହଖଣ୍ଡ ଦଳକୁ ଟ୍ରଫି ସହ ଅର୍ଥରାଶି ଓ ଚାମ୍ପିଆନ୍‌ ସିକୁଆଁ ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ମହଖଣ୍ଡ ଦଳର ଦିନେଶ ଓ ମ୍ୟାନ୍‌ ଅଫ ଦ ସିରିଜ ଡବ୍ଲୁକୁ ବିବେଚିତ କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । କୁଷଧ୍ୱଜ ବେହେରା ଓ ରୋଶନ ବିଶି ଖେଳ ପରିଚାଳନା କରିଥିଲେ । ଏଥିରେ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.