csstore

ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ନୂତନ କର୍ମକର୍ତ୍ତା ଚୟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ଜମିଦାର ଭବନ ଠାରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ନୂତନ କର୍ମକର୍ତ୍ତା ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର କମିଟି ସ୍ୱୀକୃତି ପ୍ରାପ୍ତ ଅସ୍ଥାୟୀ ସଭାପତି ଚକ୍ରଧର ଜାନୀଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ପ୍ରଗଣାର ନୂତନ କର୍ମକର୍ତ୍ତା ଗଠନ କରିବା ପାଇଁ ଓ ଗାଁମାନଙ୍କରେ ଗ୍ରାମ୍ୟ ଉପ ସମିତି ଗଠନ କରିବା ପାଇଁ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ସମାଜର କର୍ମକର୍ତ୍ତା ଅସ୍ଥାୟୀ ସଭାପତି ଭାବେ ଚକ୍ରଧର ଜାନୀ, ଉପସଭାପତି ତନୁରାମ ଭୋଇ, ସାଧାରଣ ସମ୍ପାଦକ ମନୋରଞ୍ଜନ ଭୋଇ, ସହ ସମ୍ପାଦକ ବସନ୍ତ ଭୋଇ, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ ଓ ତଦାରଖ କମିଟି ସଭ୍ୟ ଶରତ ଚନ୍ଦ୍ର ସିଂ ଭୋଇ, ଯୁବ ସଂଗଠକ ଇଶ୍ୱର ଭୋଇ, ମୁଣ୍ଡପଦର ଗ୍ରାମ୍ୟ ସଭାପତି ପୁରନ୍ଦର ଭୋଇ, ମୟଦତ୍ତ ଭୋଇ, ସଂପଦ ଭୋଇ, ଧନଞ୍ଜୟ ଛତ୍ରିଆ, ରାଜକପୁର ଜାନୀ, ତ୍ରିନାଥ ଭୋଇ, ପୁରୁଷୋତ୍ତମ ଭୋଇ, ସନ୍ନ୍ୟାସୀ ଭୋଇ, ମଧୁ ଜାନୀ, ସାଧୁ ଜାନୀ, ପବିତ୍ର ମାଝୀ, ଚତୁର୍ଭୁଜ ଭୋଇ, କବିତ ଭୋଇ, ଗୋପି ଭୋଇ, ନିଲାକର ଭୋଇ, ମହେନ୍ଦ୍ର ଭୋଇ, ହରିଶଙ୍କର ଭୋଇ, ମୟ ଜାନୀ, ଯୁଦ୍ଧିଷ୍ଠିର ମାଝୀ, ମକରନ୍ଦ ମାଝୀ, ଗଙ୍ଗା ଭୋଇ, ଘିମାନନ୍ଦ ଭୋଇ, ନେତ୍ରମଣୀ ଭୋଇ, ବସନ୍ତ ଭୋଇ, ଚମାର ଭୋଇ, ସିମାଂଚଳ ଭୋଇ, ଶୁବା ସିଂ ଭୋଇ, ଜୟଚନ୍ଦ୍ର ଭୋଇ, ସିତାକାନ୍ତ ଭୋଇ, ପୂର୍ଣ୍ଣଚନ୍ଦ୍ର ଭୋଇ, ପୂଜକ ଧନେଶ୍ୱର ଜାନୀ, ଦୁଆନ ଭୋଇ ଓ ସମାଜର ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ମାନେ ଉପସ୍ଥିତ ଥିଲେ । ସର୍ବ ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.