ପଥର ଚୋରା ଚାଲାଣ ବେଳେ ଗାଡ଼ିକୁ ବିଡ଼ିଓଙ୍କ ଯାଞ୍ଚ : ଜିଏସଟି ବିଲ୍ ନଥିବାରୁ ୩୦ ହଜାର ଆଦାୟ କଲେ ଆରଆଇ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ଦେଓଗାଁ ଭୁତିଆରବାହାଲ ରାସ୍ତାରେ ସୋମବାର ଦିନ ପଥର ଚୋରା ଚାଲାଣ ହୋଇ ଆସୁଥିବା ଏକ ହାବାଇ ଗାଡି (ଓଡ଼ି୨୩ଇ୦୭୯୬)କୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲେ ଦେଓଗାଁ ତହସିଲଦାର ନାରାୟଣ ସାହୁ । ଗାଡି ଡ୍ରାଇଭର ଉପଯୁକ୍ତ କାଗଜପତ୍ର ଯଥା ଖାଲି ୱାଇ ଫର୍ମ ଦେଖାଇବା ସହ ଜିଏସଟି ବିଲ ଦେଖାଇବାରେ ବିଫଳ ହେବାରୁ ୩୦ ହଜାର ଟଙ୍କାର ଫାଇନ ଆଦାୟ କରିଥିଲେ କୁତୁର୍ଲା ଆର.ଆଇ. ରାଜେଶ କର୍ମୀ ।
ସୂଚନାଯୋଗ୍ୟ ଯେ, ଦେଓଗାଁ ତହସିଲ ଅଧୀନରେ ଥିବା କୁତୁର୍ଲା ଓ ଜରାସିଂହା ଏବଂ ସଦର ତହସିଲର କୁଡ଼ାସିଂହା ଆରଆଇ ସର୍କିଲରେ ଥିବା କ୍ରସର ଠାରୁ ପ୍ରତିଦିନ ବିନା ୱାଇ ଫର୍ମରେ ଶହ ଶହ ଟ୍ରିପ ପଥର ଚୋରା ଚାଲାଣ ହେଉଛି । ହେଲେ ତହସିଲ କର୍ତ୍ତୃପକ୍ଷ ଠିକ ଭାବରେ ଯାଞ୍ଚ କରୁ ନ ଥିବାରୁ ସରକାର ରାଜସ୍ୱ ହରାଉଥିଲେ । ଏ ଦିଗରେ ଧର ପଗଡ଼ କଲେ ଅଧିକ ରାଜସ୍ୱ ଆଦାୟ ହେବ ବୋଲି ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.