ଗଡ଼ିଲା ସଚେତନତା ରଥ

ବରଗଡ଼, (କେପିଏନ୍‌ଏସ୍‌) : ମହାମାରୀ କରୋନା ଭୟରେ ଲୋକେ ଆତଙ୍କିତ ଥିବାବେଳେ ପ୍ରବାସୀ ଶ୍ରମିକମାନେ ଜୀବିକା ହରାଇ ଭିଟାମାଟିକୁ ଫେରି ଆସିଛନ୍ତି । ସମସ୍ତେ ପରିବାର ପ୍ରତିପୋଷଣ ପାଇଁ ଏବେ ଚିନ୍ତାରେ ଦିନ କାଟୁଥିବା ବେଳେ ଏଭଳି ପରିସ୍ଥିତିରେ କରେନା ମହାମାରୀ ସହ ବଂଚିବା ପାଇଁ ସଚେତନ ହୋଇ ସତର୍କ ରହିବା ପାଇଁ ସେମାନଙ୍କୁ ଦରକାର ସଚେତନତା । ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍‌ରେ ଏଡ଼୍‌.ଏଟ୍‌. ଏକ୍ସନର ସହାୟତାରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ(ଖ)ଙ୍କ ଉଦ୍ୟମରେ ଆରମ୍ଭ ହୋଇଛି କରୋନା ସଚେତନତା ଓ ସତର୍କତା ରଥ । ଏହା ମାଧ୍ୟମରେ ପାଇକମାଲ ବ୍ଲକର ୫ଟି ପଂଚାୟତରେ ସଚେତନତା କରାଯିବ ବୋଲି କୁହାଯାଇଛି । ତେବେ ଏହି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପାଇକମାଲ ବ୍ଲକ୍‌ର ତହସିଲ୍‌ଦାର୍‌ ମନୋଜ କୁମାର ମେହେର । ପାଇକମାଲ ବ୍ଲକ୍‌ର ଲୋକେ କରୋନା ମୁକାବିଲା କରିବା ଉପରେ ସଚେତନ ଓ ସରକାରୀ ଯୋଜନା ସହିତ ଯୋଡ଼ି ହେବା ଏକ ପ୍ରୟାସ ବୋଲି ପଲ୍ଲୀ ଆଲୋକ ପାଠାଗାରର ସଂପାଦକ ପ୍ରଶାନ୍ତ ନାୟକ କହିଛନ୍ତି । ଏହି ରଥକୁ ପରିଚାଳନା କରୁଛନ୍ତି ଅନୁଷ୍ଠାନର ରୋହିତ ମିର୍ଦ୍ଧା, ରଂଜନ ପାଣ୍ଡେ, ପ୍ରଶାନ୍ତ ଥପ୍ପା ଓ ଲିଳିମା ସାହୁ ।

Leave A Reply

Your email address will not be published.