ହାଇସ୍କୁଲ ଉପରେ ସରପଞ୍ଚଙ୍କ ଅନଧିକାର ଅକ୍ତିଆର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତର ନୋଡାଲ ପଞ୍ଚାୟତ ହାଇସ୍କୁଲ ଉପରେ ଜମଲା ସରପଞ୍ଚ ତୁଳାରାମ ବେହେରା ବେଆଇନ ଭାବେ ଅଧିକାର ସାବ୍ୟସ୍ତ କରୁଥିବା ବ୍ଳକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ନୋଡାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଏସଏମସି କମିଟି ମେମ୍ବରମାନେ । ସୂଚନା ଅନୁସାରେ ଜମଲା ନୋଡ଼ାଲ ପଞ୍ଚାୟତ ହାଇସ୍କୁଲ ଅଧୀନରେ ଥିବା ମି.ଇ. ସ୍କୁଲର ପାଞ୍ଚ ଗୋଟି କୋଠରୀକୁ ଜମଲା ସରପଞ୍ଚ ଶ୍ରୀ ବେହେରା କାହାକୁ କିଛି ନ ଜଣାଇ ଭାଙ୍ଗିଦେବା ସହ ଏଠାକାର ଇଟା, ପଥର, ମୂଲ୍ୟବାନ ଗଛରେ ତିଆରି ହୋଇଥିବା କବାଟ, ଝରକା, ଖପର ଓ ଅନ୍ୟାନ୍ୟ ଆସବାବପତ୍ର ନେଇ ଯାଇଥିବା ଅଭିଯୋଗ କରିଛନ୍ତି । ଯାହା ଫଳରେ ସ୍କୁଲ ଭିତର ବର୍ତ୍ତମାନ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥସ୍ଥଳ ପାଲଟିଥିବା ଦରଖାସ୍ତରେ ଦର୍ଶାଇଛନ୍ତି । ଗୋଟିଏ ଶିକ୍ଷାନୁଷ୍ଠାନ ଉପରେ ଜଣେ ଜନ ପ୍ରତିନିଧି କେଉଁ ଉଦ୍ଦେଶ୍ୟରେ କାହାକୁ ନ ଜଣାଇ ଏପରି କାର୍ୟ୍ୟ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.