oom

‘ନବୀନ’ର ତ୍ରୟୋବିଂଶ ବିଷୁବ ମିଳନରେ ୫ ପ୍ରତିଭାଧର ସମ୍ମାନିତ ହେବେ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ତ୍ରୟୋବିଂଶ ବିଷୁବ ମିଳନ ଅବସରରେ ୫ ଜଣ ପ୍ରତିଭାଧରଙ୍କୁ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ଏକ ଚୟନ କମିଟିର ବୈଠକ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ଅପ୍ରେଲ ୧୪ ତାରିଖ (ବୁଧବାର)ରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ରେଭିନ୍ୟୁ ଆଇବି (ରାଜସ୍ୱ ଡାକବଙ୍ଗଳା) ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଯାଉଥିବା ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶରେ ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାଗିରଥୀ ବେହେରା (ବ୍ରହ୍ମପୁର), ହରିହର ଚୌଧୁରୀ (ହିଞ୍ଜିଳିକାଟୁ), ଜଗନ୍ନାଥ ପଣ୍ଡା (ଛତ୍ରପୁର), ଡ଼ା. ଶଙ୍କର୍ଷଣ ପାତ୍ର (ବ୍ରହ୍‌୍ମପୁର), ସୁଶାନ୍ତ କୁମାର ଦାଶ (ଖେ।।ର୍ଦ୍ଧା)ଙ୍କୁ ନବୀନ ବିଷୁବ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ଘୋଷଣା କରାଯାଇଛି ।

jittmm
Leave A Reply

Your email address will not be published.