ନକ୍ସଲ ଆକ୍ରମଣରେ ୨୨ ଜଣ ସହିଦ ଯବାନଙ୍କୁ ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଛତିଶଗଡ଼ ସୁକମା- ବିଜାପୁର ସୀମାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ହସ୍ପିଟାଲ ବଞ୍ଚାଅ ଅଭିଯାନ । ବରଗଡ ପୁରୁଣା ହସ୍ପିଟାଲରେ ମହମବତି ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନୀରବ ପ୍ରାର୍ଥନା କରିଥିଲେ । ଆବାହକ ରମେଶ ମହାପାତ୍ର, ଭବାନୀ ସାହୁ, ପବିତ୍ର ଦେହେରୀଙ୍କ ସମେତ ଶିବାନନ୍ଦ ମାଟାରି, ମରିୟମ ବାର୍ଳା, ଲୁଲୁ ଦାସ, ମମତା ବେହେରା, ଯଶୋବନ୍ତି ପୋଢ଼, ରାଜକୁମାର ବଂଛୋର, ପୋଲୁସ୍ତ୍ୟ ସାହା , ସ୍ୱାମୀ ଧ୍ୟାନ ଦୀପକ ଓ ଅନ୍ୟମାନେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave A Reply

Your email address will not be published.