ଓବିସି ସୁରକ୍ଷା ମଞ୍ଚର ପୁନର୍ଗଠନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିନା ଭେଦଭାବରେ ଜନ ସଂଖ୍ୟା ଆଧାରରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦାବୀ ରଖିଛି ଓବିସି ସୁରକ୍ଷା ମଞ୍ଚ । ପ୍ରତ୍ୟେକ କ୍ଷେତ୍ରରେ ଓବିସି ମାନେ ଉପେକ୍ଷିତ ହେଉଥିବାରୁ ଆଗାମୀ ଦିନରେ ଓବିସି ମାନଙ୍କ ସାମ୍ବିଧାନିକ ଅଧିକାରକୁ ନେଇ ଆନ୍ଦୋଳନ କରିବ ମଞ୍ଚ । ରବିବାର ବରଗଡରେ ଏକ ସାଧାରଣ ସଭା ସ୍ୱାମୀ ସୋମଦେଶ ଜୀଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜିଲ୍ଲାର ନୂତନ କମିଟି ଗଠନ କରାଗଲା । ସଭାପତି ଭାବେ ସଧାନନ ଭୋଇ, ଉପସଭାପତି ଭାବେ ପଦ୍ମଲୋଚନ ସାହୁ, ସମ୍ପାଦକ ବିରେନ୍ଦ୍ର ବାଗ, କୋଷଧକ୍ଷ ବିରବଲ ମହାକୁଡ଼ଙ୍କୁ ମନୋନୀତ କରାଗଲା । ଆସନ୍ତା ୧୨ ତାରିଖ ସୋମବାର ଦିନ ଓବିସି ମାନଙ୍କ ୧୧ ଦଫା ଦାବୀ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଳାପାଳଙ୍କୁ ଦିଆଯିବ । ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ପ୍ରଧାନ, ଆଡ଼ଭୋକେଟ ଶଶିଭୂଷଣ ପ୍ରଧାନ, ହର ପ୍ରଧାନ, ଫକୀର ଛନ୍ଦ ଓ ଅନ୍ୟମାନେ ଉପସ୍ଥିତ ରହି ଥିଲେ ।

Leave A Reply

Your email address will not be published.