ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ‌ସ୍ୱତନ୍ତ୍ର ସମ୍ବର୍ଦ୍ଧନା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଘେଁସର ଅଭିମନ୍ୟୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ଘେଁସ ମାଟିର ବିଭିନ୍ନ ଉନ୍ନତି ଓ ବିଶେଷ ଭାବରେ ଅଭିମନ୍ୟୁ ସାହିତ୍ୟ ସଂସଦକୁ ସହଯୋଗ ନିମନ୍ତେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ‌ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ସାହିତ୍ୟ ସଂସଦର ଅଶୋକ ପୂଝାହାରୀଙ୍କ ସହ ବହୁ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.