oom

ମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଅବହେଳିତ ଅବସ୍ଥାରେ : ସ୍କୁଲର ବିକାଶ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚା କରୁଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରି ମାଗଣାରେ ବହି, ପୋଷାକ, ସାଇକେଲ ଭଳି ଅନେକ ସାମଗ୍ରୀ ମାଗଣାରେ ଯୋଗାଉଛନ୍ତି । ହେଲେ ୨୮.୦୮.୧୯୬୩ ମସିହାରେ ସ୍ଥାପିତ ହୋଇଥିବା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସରକାରୀ ଅନୁସୂଚିତ ଜାତି ଓ ଜନଜାତ ଉନ୍ନୟନ ବାଳିକା ଉଚ୍ଚ ବିଦ୍ୟାଳୟକୁ ସରକାର ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଛି । ଏହି ସ୍କୁଲରେ ଆଦିବାସୀ ଶ୍ରେଣୀର ଝିଅ ମାନେ ପାଠ ପଢୁଥିବା ବେଳେ ବର୍ତମାନ ସମୟରେ ଅବ୍ୟବସ୍ଥା ଦେଇ ଗତି କରୁଥିବା ଦେଖିବାକୁ ମିଲିଛି । ତେବେ ଏହି ବିଦ୍ୟାଳୟର ଅନ୍ତେବାସିନୀ ଓ ଦିବ୍ୟାଧ୍ୟାୟୀ ଛାତ୍ରୀଙ୍କ ସଂଖ୍ୟା ୫୨୭ ରହିଥିବା ବେଳେ ବର୍ତମାନ ୬ଷ୍ଠରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରୀ ପାଠ ପଢୁଛନ୍ତି । ଏତେ ପୁରୁଣା ବିଦ୍ୟାଳୟର ବର୍ତମାନ ପର୍ଯ୍ୟନ୍ତ ବିକାଶ ହୋଇନ ଥିବା ବେଳେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ଅନୁସାରେ ସ୍କୁଲ ଶ୍ରେଣୀ ଗୃହ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସ୍କୁଲ ଉନ୍ନତି, ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ହଷ୍ଟେଲ ପରିସରରେ ସାର୍ବଜନୀନ ବ୍ୟବହାର ପାଇଁ ଶୌଚାଳୟ ନଥିବା ଜଣାପଡ଼ିଛି । ଖରା କିମ୍ବା ବର୍ଷ ସମୟରେ ଛାତ୍ରୀ ମାନେ ମୁକ୍ତ ଆକାଶ ବାହାରେ ପ୍ରାର୍ଥନା କରୁଥିବା ବେଳେ ତାଙ୍କ ପାଇଁ ମଧ୍ୟ ଏକ ହଲ୍‌ ନିର୍ମାଣ କରାଯିବା ସହ ଏକ ହଷ୍ଟେଲ ନିର୍ମାଣ କରାଯିବାକୁ ଦାବୀ ହେଉଛି । କ୍ରୀଡା ଶିକ୍ଷୟତ୍ରୀ ପଦବୀ ଖାଲି ପଡ଼ିଥିବା ଭଳି ଅନେକ ସମସ୍ୟା ରହିଥିବା ବେଳେ ଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା ଓଡିଶାର ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କୁ ଅଭିଯୋଗ କରିଥିଲେ । ଏନେଇ ପ୍ରଧାନ ଶିକ୍ଷୟତ୍ରୀ ଓ ମନ୍ତ୍ରୀଙ୍କ ମଧ୍ୟରେ ସ୍କୁଲ ଅବହେଳିତ ଅବସ୍ଥାରେ ଥିବା ବେଳେ ସ୍କୁଲର ବିକାଶ ପାଇଁ ଆଲୋଚନା ମଧ୍ୟ ହୋଇଥିଲା । ତେବେ ଏହି ସ୍କୁଲକୁ ମନ୍ତ୍ରୀ ଶ୍ରୀମତୀ ସାହୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଥିବା ବେଳେ ସ୍କୁଲର ବିକାଶ, ଛାତ୍ରୀ ମାନଙ୍କ ସମସ୍ୟାକୁ ନେଇ ମୁଁ ଚିନ୍ତିତ ଥିବା କହିଛନ୍ତି ଏବଂ ନିଶ୍ଚିତ ଭାବରେ ସ୍କୁଲର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

jittmm
Leave A Reply

Your email address will not be published.