oom

ଗୋରୁ ବେପାରୀଙ୍କୁ ସୁହାଉଛି ଲୋକାଲ ରାସ୍ତା

jsmm

ବୌଦ୍ଧ, (ବଂଶୀଧର ମାଝୀ) : ଆମ୍ବଗାଁ ସାପ୍ତାହିକ ଗୋରୁ ବଜାରରୁ ଗାଡି ଯୋଗେ ଜିଲ୍ଲା ବାହାରକୁ ଗୋଚାଲାଣ ହେଉଥିଲା । ଗୋପ୍ରେମୀଙ୍କ ପ୍ରଚେଷ୍ଠା ଫଳରେ ଗୋରୁ ବଜାର ବନ୍ଦ ହୋଇଯିବା ପରେ ଆମଦାନୀ କରୁଥିବା ଗୋରୁ ବ୍ୟବସାୟୀଙ୍କ ରୋଜଗାର ଉପରେ ଚଡକ ପଡିଲା । ଫଳରେ ବ୍ୟବସାୟର ନୂଆଁ ପନ୍ଥା ବାଛି ନେଇଛନ୍ତି ବ୍ୟବସାୟୀ । ସ୍ଥାନୀୟ ଦଳାଳଙ୍କୁ ହାତବାରିସି କରି ବାରଖମାର ଅଞ୍ଚଳର କିଛି ଅସାଧୁ ବେପାରୀ ଲୋକାଲ ରାସ୍ତାରେ ଗୋ’ ଚାଲାଣ କରୁଥିବାର ନଜରକୁ ଆସିଛି । ଗୁରୁବାର କିଛି ବ୍ୟବସାୟୀ ଗୁଣୁଚିତରା ଗ୍ରାମରୁ ଲୋକାଲ ରାସ୍ତାରେ ୧୪ଟି ଗୋରୁଙ୍କୁ ପାଦରେ ଚଲାଇ ଚଲାଇ ବାହାର ଜିଲ୍ଲାକୁ ଚାଲାଣ କରୁଥିବା ବେଳେ ଆଶ୍ରେଗାଁ ଗ୍ରାମ ନିକଟରେ ସେମାନଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସଦସ୍ୟ ଭାଇମାନେ ଅଟକ ରଖି ପଚାରିବାରୁ ବାରଖମାର ଅଞ୍ଚଳରୁ ଆସି ବେପାର ପାଇଁ ଗୋରୁ ନେଉଥିବା କହିଥିଲେ । ଗୋରୁ ପଲ ଭିତରେ ଛୋଟଛୋଟ ବାଛୁରି ଥିବାରୁ ବାଛୁରି ଲାଗିଥିବା ଗାଈଙ୍କୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରିବା ସହ ଗୋ’ ବ୍ୟବସାୟ ଛାଡିଦେବା ପାଇଁ ବୁଝାସୁଝା କରି ସେମାନଙ୍କୁ ଛାଡି ଦେଇଥିଲେ । ଜିଲ୍ଲା ପ୍ରଶାସନ ଅସାଧୁ ଗୋରୁ ବେପାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.