ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଓଡିଶୀ ନୃତ୍ୟକୁ ସୌଭାଗ୍ୟ ବଶତଃ ୧୯୬୪ ମସିହାରେ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ବିଳମ୍ବରେ ହେଲେ ମଧ୍ୟ ୨୦୧୪ ମସିହା ମାର୍ଚ୍ଚ ୧୧ତାରିଖରେ ଭାରତ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ । ଏଥି ପୂର୍ବରୁ ତାମିଲ, ତେଲୁଗୁ କର୍ଣ୍ଣାଟକର- କନ୍ନଡ- ଆଦି ବହୁ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳି ସାରିଥିଲା । ପରେ ବିଳମ୍ବରେ ହେଲେ ମଧ୍ୟ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆମ ଓଡ଼ିଆ ଜାତି, ଆମ ପ୍ରଦେଶର ଏକଗୋୖରବର ବିଷୟ ଅଟେ । କିନ୍ତୁ ଆଜି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିପାରିଲା ନାହିଁ । ଏହା ଏକ ବିଡମ୍ବନାର ବିଷୟ ବୋଲି ଡଃ.କୁଳମଣୀ ଓଝା ମତପ୍ରକାଶ କରିଛନ୍ତି । ଯେଉଁ ଭାଷାରେ ସଙ୍ଗୀତ ବୋଲାଯାଏ, ସେହିଭାଷାରେ ଓଡ଼ିଶୀନୃତ୍ୟ ପ୍ରଦର୍ଶିତ କରାଯାଇଥାଏ, ତେବେ ସେହି ଓଡିଶୀ ସଙ୍ଗୀତକୁ କିପରି ଶାସ୍ତ୍ରୀୟ ମାନ୍ୟତା ଦିଆଯିବାରେ ସରକାର ପଛ-ଘୁଞ୍ଚା ଦେଇଛନ୍ତି, କାହିଁକି ? ବୋଲି ସେ ଉଦବେଗ ପ୍ରକାଶ କରିଛନ୍ତି । ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦର ଦକ୍ଷିଣାଞ୍ଚଳ ଉପ-ସଚିବ ତଥା ଓଡ଼ିଆ ସାହିତ୍ୟର ପ୍ରବୀଣ ସାଧକ ଡ଼ଃ.କୁଳମଣି ଓଝା ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟ ଏକ ପ୍ରାଚୀନ ଭାଷା ଅଟେ । ଯାହାକି, ୧୫ ଶହ ବର୍ଷ ତଳେ ଓଡ଼ିଆ ଭାଷାର ମୋଖିକ ଭାଷାର ପ୍ରୟୋଗ ଥିବା ପ୍ରମାଣିତ କରେ, ବୋଲି ସୁଚାଇଛନ୍ତି । ପୃଥିବୀର ବହୁ ପ୍ରାଚୀନ ଭାଷା ଗ୍ରୀକ, ଲାଟିନ ଭାଷା ଅଟେ । ଇଂରାଜୀ ଭାଷା ପ୍ରାୟ ୩୫୦ବର୍ଷର ଭାଷା ବୋଲି କୁହାଯାଏ । କିନ୍ତୁ ଇଂରାଜୀ ଭାଷାକୁ ଅଧିକା ପ୍ରାଧନ୍ୟ ଦିଆଯାଉଛି । ଓଡ଼ିଆ ଭାଷାରେ ଇଂଜିନିୟରିଂ, ଡାକ୍ତରୀ, କମ୍ପୁଟର, ବୈଷ୍ୟିକ ବିଜ୍ଞାନ ଶିକ୍ଷା ଆଦି ସବୁ କ୍ଷେତ୍ରରେ ଆଧୂନିକ ଜ୍ଞାନ କୌଶଳ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିପାରିବେ । ଏଦିଗରେ ଆମ ସରକାର ଉଦ୍ୟମ କରିବା ଜରୁରୀ ବୋଲି ଡ଼ଃ.ଓଝା ତାତ୍ତ୍ଵିକ ଆଲୋଚନା କରିଥିଲେ । ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବହୁଳଭାବେ ପ୍ରଚଳିତ ହେବା ଆବଶ୍ୟକ ବୋଲି ଡଃ. ଓଝା ଯୁକ୍ତି ବାଢ଼ିଥିଲେ । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ପବ୍ଲିକ ସ୍କୁଲ ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁକୁଲ୍ୟରେ ଉତ୍କଳ ଦିବସ -୨୦୨୧ ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମହାପୁରୁଷଙ୍କ ପ୍ରତିକୃତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନର୍ପଣ, ପ୍ରଦୀପ ପ୍ରଜ୍ବଳନ ସହ ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ କାର୍ୟ୍ୟକ୍ରମର ଉଦଘାଟନୀ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ମୁଖ୍ୟଅତିଥି ଏବଂ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି , ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୋନମ ପଲେଇ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷାକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ଆଲୋକପାତ କରିଥିଲେ । ଦ୍ଵିତୀୟ- ପର୍ୟ୍ୟାୟରେ କବି ଅଜିତ ସେଠୀ ଓ ସାଥୀଙ୍କ ଦ୍ୱାରା ପ୍ରଯୋଜିତ “ମୋ ଓଡିଶା ” ଏକ ଭିଡିଓ କ୍ୟାସେଟ ଏବଂ ଏକ ସାହିତ୍ୟ ପତ୍ରିକା ” ଅଗ୍ନିଶିଖା “ର ଉନ୍ମୋଚନ ହୋଇଥିଲା । ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଧନ୍ୟବାଦ ଜଣାଇଥିଲେ ।