jayashree

ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ୧.୪.୨୦୨୧ ସମୟ ଘ.୯.୧୫ମିରେ ରମାଇ ହାଇସ୍କୁଲ ପାଟଣାଗଡ଼ ଠାରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ହୋଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ କାର୍ୟ୍ୟ ତୁଲାଇ ଥିଲେ । ମୁଖ୍ୟ ବକ୍ତା ଭାବେ ଅନିତା ମେହେର (ଅଧ୍ୟାପିକା ପାଟଣେଶ୍ୱରୀ ମହିଳା ମହାବିଦ୍ୟାଳୟ ) ଓ ସମ୍ମାନିତ ଅତିଥି ଭାବେ ଅନ୍ତର୍ୟ୍ୟାମୀ ମେହେର(ଅବସର ପ୍ରାପ୍ତ ଶିକ୍ଷକ ସିଟି ସ୍କୁଲ ), ଡ଼. ବାଚସ୍ପତି ଦାଶ (ସୁପରିଷ୍ଟେଣ୍ଡେଣ୍ଟ ମେଡିକାଲ ) ଏବଂ ସୁକାନ୍ତ ଚନ୍ଦ୍ର ବେହେରା (କାର୍ୟ୍ୟ ନିର୍ବାହୀ ଅଧିକାରୀ ଏନ. ଏ. ସି ପାଟଣାଗଡ଼), ଯୋଗଦେଇଥିଲେ । ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଓଡିଶାର ବରପୁତ୍ର ମାନଙ୍କ ଫୋଟୋରେ ମାଲ୍ୟାର୍ପଣ କରି ନିଜ ନିଜ ବକ୍ତବ୍ୟରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଓଡିଶାର ବରପୁତ୍ର ମାନଙ୍କ ଭୂମିକା, ଅବଦାନ ଓ ତାର ପୃଷ୍ଟଭୂମି ବିଷୟରେ ବକ୍ତବ୍ୟ ଦେଇଥିବା ସହ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିର ଉନ୍ନତି ପୂର୍ବସୁରୀ ମାନଙ୍କର ସ୍ମୃତିଚାରଣ କରିଥିଲେ । ଏହି ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୁନି ଛାତ୍ରଛାତ୍ରୀ ଅତିଥି ମାନଙ୍କ ଠାରୁ ପୁରସ୍କାର ଓ ସାର୍ଟିଫିକେଟ ପାଇଥିଲେ । ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକୃତାରେ ସୁନ୍ଦର କୁମାର ପଣ୍ଡା ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ପ୍ରଥମ, ଆୟୁଷ ମେହେର ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ଦ୍ଵିତୀୟ ପ୍ରିୟଙ୍କା ମେହେର ସର‌ସ୍ୱତୀ ଶିଶୁ ମନ୍ଦିର ତୃତୀୟ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ଦେଶାତ୍ମକ ବୋଧକ ସଂଗୀତ ପ୍ରତିଯୋଗିତାରେ ପ୍ରତ୍ୟାଶା ମେହେର ସରସ୍ୱତୀ ଶିଶୁ ମନ୍ଦିର ପ୍ରଥମ, ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରର ସଞ୍ଜନା ସାହୁ ଦ୍ଵିତୀୟ ଏବଂ ଜୟନ୍ତୀ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଓଡ଼ିଆ ବକୃତା ପ୍ରତିଯୋଗିତାରେ ବିଚାରକ ଭାବେ ସୁଶ୍ରୀ ସଂଯୁକ୍ତା ପରିଚ୍ଛା, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଅନିତା ମେହେର ଅଧ୍ୟାପିକା ପାଟଣେଶ୍ୱରୀ ମହିଳା ମହାବିଦ୍ୟାଳୟ, ଗୋବର୍ଦ୍ଧନ ମେହେର ଶିକ୍ଷକ ଏବଂ ଦେଶମତ୍କାବୋଧକ ସଂଗୀତ ପ୍ରତିଯୋଗିତାର ବିଚାରକ କାର୍ୟ୍ୟ ତୁଲାଇଥିଲେ । ଏହି ଅବସରରେ ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟର ଯୁକ୍ତ ଦୁଇ (ପ୍ରଥମ ବର୍ଷ ) ଛାତ୍ରୀ କେଶ ବିଭାର, ପଲ୍ଲବୀ ବେହେରା ଓଡିଶୀ ନୃତ୍ୟ ପରିବେଷଣ କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରୁସ୍କୃତ ହୋଇଥିଲେ । ସେ ଚନ୍ଦନ ଚର୍ଚିତ ନବ କଳେବର ଗୀତରେ ଓଡିଶୀନୃତ୍ୟ କରିଥିଲେ । ସଭା ଆରମ୍ଭରେ ସାରସ୍ୱତ କଲା ପରିଷଦର ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରି ପୁରୁସ୍କୃତ ହୋଇଛନ୍ତି । ଏହି କାର୍ୟ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ରିତାକାନ୍ତି ବଳିୟାର ସିଂ ପରିଚାଳନା ତଥା ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ପାଟଣାଗଡ଼ ସହର ବିଶିଷ୍ଟ ବ୍ୟକ୍ତି ବିଶେଷ, ଶିକ୍ଷକ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.