jsm

ବନ୍ଧପଡା ହାଇସ୍କୁଲର କନିଷ୍ଠ କିରାଣୀ ଉପେନ୍ଦ୍ର ବାଗଙ୍କ ଅବସର ଗ୍ରହଣ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ହାଇସ୍କୁଲର କନିଷ୍ଠ କିରାଣୀ ଉପେନ୍ଦ୍ର ବାଗଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ରିୟ ପ୍ରଧାନଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ଦେଓଗାଁ ବିଇଓ ସଙ୍କୀର୍ତ୍ତନ ବାଗ ମୁଖ୍ୟ ଅତିଥି, ଯୋଗେଶ୍ୱର ନାଏକ ମୁଖ୍ୟ ବକ୍ତା, ବିରେନ୍ଦ୍ର ବାରିକ ସମ୍ମାନିତ ଅତିଥି, ଘୋଷିକା ଭାବେ ରଞ୍ଜିତା ସାହୁ, ବିରଞ୍ଚି ବାରିକ, ହେମନ୍ତ ବାରିକ, ପ୍ରଦୀପ ଜେନା ପ୍ରମୁଖ ସାଧାରଣ ବକ୍ତଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାଗ ଉପେନ୍ଦ୍ର ବାଗଙ୍କୁ ସ୍ଵର୍ଣ୍ଣ ମୁଦ୍ରିକା ସହ ଶାଳ ଓ ଟାୱଲ ଉପଢୌକନ ଭାବେ ପ୍ରଦାନ କରିଥିଲେ । ଏହି ସଭାରେ ଅଳକା ସାହୁ, ଦେବାଶିଷ ବିଶ୍ଵାଳ, ଭବାନୀ ଶଙ୍କର ସାହୁ, ରାଧେଶ୍ୟାମ ଷାଣ୍ଢ ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଶେଷରେ ହେମନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.