jsm

୬ଦଫା ଦାବୀ ନେଇ ଗୌଡଗୋଠର ବୁଦ୍ଧିଜୀବୀଙ୍କ ପକ୍ଷରୁ ଆମରଣ ଅନଶନ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଗୌଡଗୋଠ ଗାଁରେ ଥିବା ୪ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ‘କ’ ଓ ‘ଘ’ କେନ୍ଦ୍ରର କୋଠା ନିର୍ମାଣ କରାଯାଉ । ଗୌଡଗୋଠ ଆୟୁର୍ବେଦିକ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯାଉ । ମୋ ଉପଚାରି ବଗିଚାରେ କାମ କରିଥିବା ମହିଳାଙ୍କ ବକେୟା ପାଉଣା ପ୍ରଦାନ କରାଯାଉ । ଅଙ୍ଗନୱାଡିର ସମସ୍ତ ଶିଶୁମାନଙ୍କୁ କୋଭିଡ଼ ସମୟର ସହାୟତା ଜୋତା ଓ ମୋଜା ପ୍ରଦାନ କରାଯାଉ । ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କ ମନରେଗା ବକେୟା ପାଉଣା ପ୍ରଦାନ କରାଯାଉ । ସ୍କୁଲ୍ ତଥା ସରକାରୀ ଅଫିସ ନିକଟରୁ କୁଚିଆ ମଦ ଦୋକାନ ହଟାଯାଉ ବୋଲି ୬ଦଫା ଦାବୀରେ ଗୌଡଗୋଠ ପଞ୍ଚାୟତର ଅବିଭାବକ ଓ ବୁଦ୍ଧିଜୀବୀମାନେ ସ୍ଥାନୀୟ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ସେମାନଙ୍କ ମଧ୍ୟରେ ସାମାଜିକ କର୍ମୀ ପୁରନ୍ଦର ଭୋଇ, ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶାର ସଭାନେତ୍ରୀ ଶ୍ରୀମତୀ ଶାନ୍ତି ଭୋଇ, ଦେଓଗାଁ ବ୍ଲକ ଲୋକ ଉନ୍ନତି ସଂଗଠନ ସଂଯୋଜକ ପିତାମ୍ବର ପଧାନ, ଆଦିବାସୀ ନେତା ହରିଶ୍ଚନ୍ଦ୍ର ଭୋଇ, ଆଜାଦ ହିନ୍ଦ୍ ୟୁଥ୍ ବ୍ଲକ୍ ସଭାପତି ଜୟ ସିଂ କୁମ୍ଭାର, ମୟ ନନ୍ଦ, ରାଧାକାନ୍ତ ଭୋଇ, ବୃନ୍ଦାବତୀ ବାଗ, ଦୁଲେଶ୍ୱରି ଶାନ୍ତ, କବିତା ଭୋଇ, କୁନ୍ଦୁରୁ ରଣା, ରବିଚନ୍ଦ୍ର ବାଗ, ରାମଚନ୍ଦ୍ର ରଣା ପ୍ରମୁଖ ଅନଶନରେ ବସିଥିଲେ । ପ୍ରଥମ ଦିନର ଅନଶନ ବେଳେ ପଞ୍ଚାୟତ ସମିତି କାର୍ୟ୍ୟାଳୟ ପକ୍ଷରୁ ସ୍ଥାନୀୟ କାର୍ୟ୍ୟନିର୍ବାହୀ ଅଧିକାରୀ ଜନ୍ମେଜୟ ମାଝିଙ୍କୁ ପଠାଇଥିବା ବେଳେ ଦାବୀ ପୂରଣ ହେବା ଯାଏ ଅନଶନ ଜାରି ରହିବ ବୋଲି ଗ୍ରାମବାସୀ କହିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.