ନାଟକ ସମାଜରେ ଚେତନା ସୃଷ୍ଟି କରିଥାଏ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ଠାରେ ବଉଲ ନାଟ ଏଣ୍ଡ କଲଚରାଲ ଆସୋସିଏସନ ଦ୍ୱାରା ସୋମବାର ଆୟୋଜିତ ଆଲୋଚନାଚକ୍ରରେ ନାଟ୍ୟକାର ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ନାଟ୍ୟକାର ତଥା ସାହିତ୍ୟିକ ଡ଼ ପୁରୁଷୋତ୍ତମ ମିଶ୍ର, ଆଲୋଚକ ଭାବେ ଅଧ୍ୟାପକ ଡ଼ ସୌରଭ ରଂଜନ ଖମାରୀ, ମଞ୍ଚ ଅଭିନେତା କ୍ଷୀରୋଦ ବିହାରୀ ବିଶ୍ୱାଳ, ନାଟ୍ୟକାର ଲକ୍ଷ୍ମଣ ମହାପାତ୍ର, ନାଟ୍ୟ ଅଭିନେତା ଅର୍ଜୁନ ବସ୍ତିଆ ପ୍ରମୁଖ ଯୋଗଦେଇ ନାଟକ ସମାଜରେ ଚେତନା ସୃଷ୍ଟି କରିପାରେ ଓ ଜୀବନର ସବୁକ୍ଷଣ ଏକ ନାଟକ ବୋଲି ମତବ୍ୟକ୍ତ କରିଥିଲେ । କବି ରଂଜୁ ଅମାତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ଜୀବନକୁ ନାଟକ ବେଶ ଶାନ୍ତି ଦେଇଥାଏ ବୋଲି ଅଧ୍ୟାପକ ସୌରଭ ଖମାରି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ଅଭିନେତା ମଣ୍ଟୁ ଶତପଥୀ, ଶିବ କମ୍ପ, ବାମନ ଚରଣ ମହାନ୍ତି, ଗୋବର୍ଦ୍ଧନ ନାଏକ, ଫକୀର ମୋହନ ବସ୍ତିଆ, ସୁକାନ୍ତ ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ଆରତ କ୍ଷେତୀ, ଧ୍ରୁବଚରଣ ଦେହୁରୀ, ଲଚମନ ମିଶ୍ର, ଦିବାକର ବାଘର, ଗୋପାଳ ପ୍ରଧାନ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ଅଞ୍ଜଳି ପାଢ଼ୀ, କସ୍ତୁରୀ ପ୍ରଧାନ, ତ୍ରିପୁରାରୀ ପ୍ରଧାନ, ସୁଦର୍ଶନ ନାଏକ, ଅଜିତ ବସ୍ତିଆ ପ୍ରମୁଖ ମଞ୍ଚ ଓ ଚଳଚିତ୍ର କଳାକାରମାନେ ଯୋଗଦେଇ ମଂଚନାଟକ ହିଁ ବାସ୍ତବ ଜୀବନର ବାର୍ତା ସମାଜକୁ ପହଞ୍ଚାଇବାକୁ ସହଜ ହେଉଛି ବୋଲି ନିଜର ବକ୍ତବ୍ୟ ରଖିଥିଲେ । ବଉଲ ନାଟ ଏଣ୍ଡ କଲଚରାଲ ଏସଓସିଏସନର ସଭାପତି ଅର୍ଜୁନ ପ୍ରଧାନ ଓ ସମ୍ପାଦକ ନେପାଳ ପଲିଆ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.