csstore

ବାଳିକା ହାଇସ୍କୁଲରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଜଣେ ଉତ୍ତମ ଶିକ୍ଷକ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଉଥିବା ଶିକ୍ଷକ ନଗେନ୍ଦ୍ର ପ୍ରସାଦ ବସ୍ତିଆଙ୍କ ଆଜି ତାଙ୍କ କାର୍ୟ୍ୟରୁ ଅବସର ଗ୍ରହଣ କରିଛନ୍ତି । କୋଭିଟ-୧୯ କଟକଣାକୁ ପାଳନ କରି ବିଦ୍ୟାଳୟ ପରିସରରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଙ୍କ ସହଧର୍ମିଣୀ ନମିତା ବସ୍ତିଆଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବିଦାୟ କାଳୀନ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଭୀମସେନ ଦେହେରୀ, ଜ୍ୟୋତ୍ସ୍ନାମୟୀ ତ୍ରିପାଠୀ, ରଞ୍ଜିତା ମିଶ୍ର, ବୀଣାପାଣି ନନ୍ଦ, ଶିକ୍ଷକ ନିପନ ନାୟକ, ବ୍ରହ୍ମ। ଭୋଇ, ଝସକେତନ ମନହୀରା, ଘୁଣ୍ଟୁ ଗୋପାଳ ପଣ୍ଡା, ବାସୁଦେବ ସୁନାନୀ, ଗୌରୀ ରଣା ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ପାଇଁ ତାଙ୍କ ତ୍ୟାଗ, କାର୍ୟ୍ୟ କଳାପ ଆମ ପାଇଁ ପ୍ରେରଣା ହୋଇ ରହିବ ବୋଲି ସହକର୍ମୀମାନେ ମତବ୍ୟକ୍ତ କରିଥିବା ବେଳେ ତାଙ୍କ ଜୀବନ ସୁଖମୟ ଓ ବିଭୁମୟ ହେଉ ବୋଲି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାମନା କରିଥିଲେ ।

jayashree
Leave A Reply

Your email address will not be published.