ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବେଲପଡ଼ା ବ୍ଳକ୍‌ ସିହିନୀ ଗ୍ରା.ପ.ରୁ ୨, ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ଗ୍ରା.ପ.ରୁ ୨ ଏବଂ ସଇଁନ୍ତଲା ବ୍ଲକ ବଡ଼ମାଲ ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ ବର୍ତ୍ତମାନ ଜିଲ୍ଲାରେ ୭୯ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.