ଲାୟନ୍ସ କ୍ଲବ ଝରାପାଲି ମାର୍କେଟ ବିଦ୍ୟାଳୟ ଉଦଘାଟିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକର ଲାୟନ୍ସ କ୍ଲବ ଝରାପାଲି ମାର୍କେଟ ବିଦ୍ୟାଳୟ, ଝରାପାଲିର ଅବସରପ୍ରାପ୍ତ ଶିକ୍ଷକ ଧନପତି ଷଣ୍ଢ ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅମିୟ କୁମାର ମେହେର ଯୋଗଦେଇ ଲାୟନ୍ସ କ୍ଲବର ସମସ୍ତ ସଦସ୍ୟ ଜନହିତକର, ସାମାଜିକ ଓ ସଂସ୍କାର ମୂଳକ କରୁଥିବାରୁ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ଲାୟନ୍ସ କ୍ଲବର ସଭାପତି ରଶ୍ମୀ ରଞ୍ଜନ ପାଢ଼ୀ ଯୋଗ ଦେଇଥିଲେ । ଏହି ସମୟରେ ଲାୟନ୍ସ କ୍ଲବର ସଦସ୍ୟ ସୁନୀଲ ଅଗ୍ରୱାଲ, ହରେକୃଷ୍ଣ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ବବଲୁ ଅଗ୍ରୱାଲ, ବିକାଶ ମେହେର, ଶ୍ୟାମ ମେହେର, ସୁଶୀଲ ଅଗ୍ରୱାଲ, ରାଜେଶ ହୋତା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଭୋଇପାଲି ବିଦ୍ୟାଳୟର ଛାତ୍ର ମାନେ ଓ ଅଶୋକ କୁମାର ଭୋଇ, ମୀନକେତନ ଭୋଇ, ବୃନ୍ଦାବନ ପ୍ରଧାନ, ଅଶ୍ୱିନୀ କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ଗ୍ରାମବାସୀ ତରଫରୁ ଅବସରପ୍ରାପ୍ତ କର୍ମଚାରୀ ସମୀର କୁମାର ଭୋଇ ଲାୟନ୍ସ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.