ମହେନ୍ଦ୍ର ମେହେର ଭୁଲିଆ ସମାଜର ସଭାପତି ହେଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ମେହେର (ଭୁଲିଆ) ସମାଜର ସଭାପତି ଭାବେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ମେହେର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ମେହେର ସମାଜର ଏକ ବୈଠକରେ ଭୁଲିଆ ସମାଜର ଏକତା, ପାରମ୍ପରିକ କଳା ସହ ସାମୁହିକ ବିକାଶ ଓ ମେହେର ଜାତିର ପିତା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ରକ୍ଷା ନିମନ୍ତେ ଆନ୍ତରିକତା ସହ କାର୍ୟ୍ୟ କରାଯିବ ବୋଲି କହିଥିଲେ । ସେହିପରି ଆସନ୍ତା ୨୦୨୪ ରେ ହେବାକୁ ଥିବା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶତ ବାର୍ଷିକୀ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଓ ଜାତିର ସର୍ବ ଭାରତୀୟ ସ୍ତରରେ ଉନ୍ନତି ସକାଶେ ପ୍ରୟାସ କରାଯିବ ବୋଲି କହିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସୁରେନ୍ଦ୍ର ମେହେରଙ୍କ ସମେତ ଶତାଧିକ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.