oom

ଭାରତ ବନ୍ଦ ଡାକରାକୁ ସଇଁନ୍ତଲା କଂଗ୍ରେସ ଦଳର ସମର୍ଥନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସରକାରଙ୍କ ତିନୋଟି କଳା କୃଷି ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର ଦାବିରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଂଗ୍ରେସ କମିଟି ତରଫରୁ ସମର୍ଥନ ଜଣାଇ ବ୍ଳକ କଂଗ୍ରେସ କମିଟି ସଭାପତି ଗୁଣ ସାଗର ମାଝୀଙ୍କ ନେତୃତ୍ୱରେ କଂଗ୍ରେସ ସମର୍ଥନ ଓ ଚାଷୀ ମାନେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ତହସିଲ କାର୍ୟ୍ୟଳୟ, ବ୍ଳକ କାର୍ୟ୍ୟଳୟ, ଜେଏମଏଫସି କୋର୍ଟ ବନ୍ଦ କରିଥିଲେ । ଏହି ବନ୍ଦ ପାଲନ କୁ ସମର୍ଥନ କରି ବରିଷ୍ଠ ଆଇନଜୀବୀ ସୁବୋଧ ମିଶ୍ର, ଦେବରାଜ ପଣ୍ଡା, ମିଡିଆ ସେଲ ସଂଯୋଜକ ସୁବ୍ରତ ବେହେରା, ଚନ୍ଦ୍ର ଚନ୍ଦନ, ଯୁବ ନେତା ରିଙ୍କୁ ପଧାନ, ଉମେଶ ସାହୁ, ଚାଷୀ ନେତା ଗଦାଧର ସାହୁ, ଟଙ୍କାଧର ସାହୁ, ଶରତ ବେହେରା, ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.