ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା : ବୋରାସମ୍ବର କ୍ଲବ୍ ଓ ଜେ. ୱାଇ.ଏସ କ୍ଲବ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚରେ ବୋରାସମ୍ବର କ୍ଲବ୍ ଓ ଜେ. ୱା.ଏସ କ୍ଲବ ବିଜୟୀ ହୋଇଛନ୍ତି । ଆଜିର ଖେଳରେ ବିକାଶ ଷ୍ଟାଡିୟମରେ ସୋହେଲା ଦଳ ଟସ୍ ଜିତି ପ୍ରଥମେ ପଦ୍ମପୁର ବୋରାସମ୍ବର କ୍ଲବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପଦ୍ମପୁର ଦଳ ରଜତ ବରିହାଙ୍କ ୫୨ ରନ, ଅବଦୁଲ ରସିଦ ଖାଁଙ୍କ ୩୦ ରନ ଫଳରେ ୩୫.୫ ଓଭରରେ ୧୨୫ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ସୋହେଲା ପକ୍ଷରୁ ରାହୁଲ ସାହୁ ୨୧/୪, ସଞ୍ଜୟ ଡୁଙ୍ଗୁରି ୨୮/୨, ଗିରିଜା ବାରିକ ୧୦/୨, ଅଶୋକ ମିଶ୍ର ୨୬/୧ ୱିକେଟ୍ ନେଇଥିଲେ । ଜବାବରେ ପଦ୍ମପୁର ଦଳର ବୋଲିଂର ମୁକାବିଲା କରି ନ ପାରି ସୋହେଲା ଦଳର ସମସ୍ତ ଖେଳାଳି ୩୦.୫ ଓଭରରେ ମାତ୍ର ୯୬ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ସଞ୍ଜୟ ଡୁଙ୍ଗୁରୀ ସର୍ବାଧିକ ୪୧ ରନ ଓ କେଦାର ବେହେରା ୧୨ ରନ କରିଥିଲେ । ପଦ୍ମପୁର ପକ୍ଷରୁ ସନାତନ ମେହେର ୨୫/୩, ଅକ୍ଷୟ ଦଂଶନା ୨୩/୩, ଧରଣୀ ବାରିକ ୧୦/୨, ରଜତ ବରିହା ୨୭/୨ ୱିକେଟ୍ ନେଇଥିଲେ । ଫଳରେ ପଦ୍ମପୁର ଦଳ ମ୍ୟାଚକୁ ୨୯ ରନରେ ଜିତି ନେଇଥିଲା । ମ୍ୟାଚକୁ ଶୁଭ୍ରାଂଶୁ ଶେଖର ମହାପାତ୍ର ଓ ଶୁଭମ୍ ପାତ୍ର ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ରଜତ ଦାଶ । ସ୍ଥାନୀୟ ମିନି ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚାୟତ ମହାବିଦ୍ୟାଳୟ ଓ ଜେ. ୱା.ଏସ କ୍ଲବ ମଧ୍ୟରେ ହୋଇଥିବା ମ୍ୟାଚରେ ଜେ. ୱା.ଏସ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଅଭିଷେକ ମହାନାଙ୍କ ୩୨ ରନ, ଦେବେଶ ବଗାରଙ୍କ ୨୬ ରନ, ଅଜିତଙ୍କ ୨୦ ରନ, ଅର୍ପିତ ପଣ୍ଡାଙ୍କ ୧୪ ରନ ଫଳରେ ଦଳ ୨୬.୧ ଓଭରରେ ୧୩୨ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ପ୍ରତୀପକ୍ଷ ପଞ୍ଚାୟତ ମହାବିଦ୍ୟାଳୟ ପକ୍ଷରୁ ଦେବାଶିଷ ଛତର ୨୫/୭, ହନୁମନ୍ତ ଦୀପ ୧୯/୨, ହର ଗୋବିନ୍ଦ ମେହେର ୪୩/୧ ୱିକେଟ୍ ନେଇଥିଲେ । ଜବାବରେ ପଞ୍ଚାୟତ ମହାବିଦ୍ୟାଳୟ ଦଳ ହର ଗୋବିନ୍ଦ ମେହେରଙ୍କ ୨୯ ରନ, ଅଭୟ ଶର୍ମାଙ୍କ ୨୫ ରନ, ଦେବରାଜ ସାହୁ ୧୬ ରନ ଫଳରେ ଦଳ ୨୫.୧ ଓଭର ଖେଳି ମାତ୍ର ୧୦୬ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଜେ. ୱା.ଏସ କ୍ଲବ ପକ୍ଷରୁ ଜିଆଉର୍ ରେହେମାନ ୨୮/୭, ଅଭିଷେକ ମାହାନା ୨୫/୨, ସେକ ରୁହୁଲ ଅମିନ ୬/୧ ୱିକେଟ ନେଇଥଲେ । ଫଳରେ ଜେ. ୱା.ଏସ କ୍ଲବ ମ୍ୟାଚକୁ ୨୬ ରନରେ ଜିତି ନେଇଥିଲେ । ମ୍ୟାଚକୁ ପ୍ରଦୀପ ଦାଶ ଓ ଭରତ ଚେତନ ପଣ୍ଡା ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ମନୋଜ ପାତ୍ର ।

Leave A Reply

Your email address will not be published.