ବିଜୁ ଯୁବ ଜନତା ତରଫରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ

csstore

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବିଜୁ ଯୁବ ଜନତା ଦଳ, ସୋହେଲା ବ୍ଲକ ତରଫରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ସୁଶାନ୍ତସିଂହ ଯୋଗଦେଇ ଫିତା କାଟି ଶିବିରକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୁବନେତା ସୁବ୍ରତ ସିଂହ ଯୋଗଦେଇ ନିଜେ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ ବରଗଡ ରକ୍ତ ଭଣ୍ଡାର ‌ଦ୍ୱାରା ୧୩୫ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରରେ ଜିଲ୍ଳାପରିଷଦ ସଭ୍ୟ ସୁବ୍ରତ ବେହେରା, ଓଏମପିର ଗୌରହରି ମିଶ୍ର, ଜୀବନ ବିନ୍ଦୁର ଅଶ୍ୱିନୀ ତ୍ରିପାଠୀ, ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବ୍ଳକ ଅଧ୍ୟକ୍ଷ ଜୀବର୍ଧନ ବରିହା, ରାହୁଲ ସାହୁ, ନିଲୁ ଝାଙ୍କର, ହିରୋ ମାଝୀ, ସୁରେଶ ବାଗ, ପ୍ରକାଶ ପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.