ଓସିଏ ଭିଜନ ୨୦୨୪ : ନବକିଶୋର ଓ ପାଟଣାଗଡ଼ କିକ୍ରେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଗାନ୍ଧୀଷ୍ଟାଡିୟମଠାରେ ଆୟୋଜିତ ମ୍ୟାଚରେ ନବକିଶୋର କ୍ରିକେଟ ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଷ୍ଟାଡିଆମ ଠାରେ ଅନୁଷ୍ଠିତ ମ୍ୟାଚରେ ପାଟଣାଗଡ଼ ଦଳ ବିଜୟୀ ହୋଇଛି ।

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମ୍ୟାଚରେ ଆଜି ନବକିଶୋର ଦଳ ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବକିଶୋର ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଉଇକେଟ ହରାଇ ୨୯୩ ରନ୍ ସ୍କୋର କରିଥିଲେ । ନବକିଶୋର ଦଳ ତରଫରୁ ଗୋଲକ ବିହାରୀ ସର୍ବାଧିକ ୬୮ ଓ ଜୟକିଶନ ୬୨ ରନ ସଂଗ୍ରହ କରିଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ଶୁଶାନ୍ତ ପଟେଲ ସର୍ବାଧିକ ୩ ଗୋଟି ଓ ଅଭିଷେକ ଚୌଧରୀ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ୨୯୪ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ କଣ୍ଟାବାଞ୍ଜି ଦଳ ୨୯ ଓଭରେ ମାତ୍ର ୧୧୯ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ ସମସ୍ତ ଉଇକେଟ ସହିତ ମ୍ୟାଚ ହରାଇ ବସିଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ବିଜୟ କୁମ୍ଭାର ସର୍ବାଧିକ ୭୨ ରନ୍ ଓ ଅବିନାଶ କୁମାର ୧୭ ରନ୍ ସଂଗ୍ରହ କରିଥିଲେ । ନବକିଶୋର ଦଳ ତରଫରୁ ସୌଭାଗ୍ୟ ପଟେଲ ୪ ଗୋଟି ଉଇକେଟ ଓ ଶୈଳେଶ ପଟ୍ଟନାୟକ ୩ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ସୌଭାଗ୍ୟ ପଟେଲଙ୍କୁ ତାଙ୍କ ଅଲରାଉଣ୍ଡ ଖେଳ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ମନୋନିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ପୃଥ୍ୱୀରାଜ ମିଶ୍ର ଓ ନାରାୟଣ ମେହେର ପରିଚାଲନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

ସେହିପରି ପାଟଣାଗଡ ଷ୍ଟାଡିଅୟଠାରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତା ଆଜି ପଟଣାଗଡ଼ ଦଳ ଓ ଲାୟନ୍ସ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପଟଣାଗଡ଼ ଦଳ ଟସ ଜିତି ପ୍ରଥମେ ବେଟିଂ କରି ୪୮ ଓଭରରେ ସମସ୍ତ ଉଇକେଟ ହରାଇ ୩୨୮ ରନ୍ ସ୍କୋର କରିଥିଲା । ପଟଣାଗଡ଼ ତରଫରୁ ସୁମନ ପଟନାୟକ ସର୍ବାଧିକ ୧୧୦ ରନ୍ ଓ ହର ବେନ୍ତକାର ୫୮ ରନ୍ କରିଥିଲେ । ଲାୟନ୍ସ ଏକାଡେମୀ ତରଫରୁ ରୋଶନ ପାଣିଗ୍ରାହୀ ସର୍ବାଧିକ ୪ ଗୋଟି ଓ ଅଜୟ ନାଗ ୨ ଗୋଟି ୱକେଟ ଅକ୍ତିଆର କରିଥିଲେ । ୩୨୯ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ଲାୟନ୍ସ ଏକାଡେମୀ ୨୪.୪ ଓଭରେ ସମସ୍ତ ୱିକେଟ ହରାଇ ମାତ୍ର ୧୩୦ ରନ କରିବାକୁ ସକ୍ଷମ ହୋଇ ଥିଲେ । ଲାୟନ୍ସ ଏକାଡେମୀ ତରଫରୁ ଗୁଣନିଧି କୁଦେଇ ୨୪ ରନ୍ ଓ ରୀଙ୍କୁ ନାଗ ୧୭ ରନ୍ ସଂଗ୍ରହ କରିଥିଲେ । ପାଟଣାଗଡ଼ ଦଳ ତରଫରୁ ହର ବେନ୍ତକାର ୩ଗୋଟି ରାହୁଲ ରାଉତ ଓ ସାଗର ପରୁଆ ଙ୍କୁ ୨ ଟି ଲେଖାଏଁ ଉଇକେଟ ମିଳିଥିଲା । ଫଳରେ ପଟଣାଗଡ଼ କ୍ରିକେଟ ଦଳ ୧୯୮ ରନ ର ଏକ ବଡ଼ ବିଜୟ ଲାଭ କରିଥିଲେ । ହର ବେନ୍ତକାର ଙ୍କୁ ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ରାଜେନ୍ଦ୍ର ସେଠ ଓ ସ୍ମିଥ ଦଳେଇ ପରିଚାଲନା କରିଥିବା ବେଳେ ଶୁଭମ ନାୟକ ସ୍କୋରର୍ ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.