oom

ପାଟଣାଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ

jsmm

ପାଟଣାଗଡ଼, (କେପିଏନ୍‌ଏସ୍‌) ; ପବିତ୍ର ଗୁରୁ ଦିବସ ଅବସରରେ ମିଳିତ ପ୍ରାଥମିକ ସଂଘ, ପାଟଣାଗଡ଼ ଆନୁକୂଲ୍ୟରେ ବରିଷ୍ଠ ଶିକ୍ଷକ ଡମ୍ବରୁଧର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଶିକ୍ଷକ ଭବନଠାରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସ୍ୱର୍ଗତ କୋଭିଡ଼ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ତା’ପରେ କୋଭିଡ଼-୧୯ ନିୟମ ଅନୁସାରେ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଇ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଅବସର ଗ୍ରହଣ କରୁଥିବା ସମ୍ମାନସ୍ପଦ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଥିବା ବେଳେ ଏହି ଉତ୍ସବରେ ରାମଚନ୍ଦ୍ର ଧରୁଆ, ଗୌରଚନ୍ଦ୍ର ଆଚାର୍ଯ୍ୟ, ଅରୁଣ ତ୍ରିପାଠୀ, ଦେବକାନ୍ତ ମେହେର, ବୁଦ୍ଧଦେବ ମେହେର, ରାଜୁ ଭୋଇ, ଗୋପାଳ ରଣା, ପ୍ରତାପ ଧରୁଆ, ତାରାକେଶ କୁମାର ସାହୁ ପ୍ରମୁଖ ଶିକ୍ଷକ ସମୂହ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.