oom

ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

jsmm

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବାଦିଘୋର ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଟ୍ରାକ୍ଟର ଏକ ବାଇକକୁ ଧକ୍କା ଦେଇଛି। ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଛି। ଦୁଇ ବାଇକ ଆରୋହୀଙ୍କ ବୟସ ୩୦ ଏବଂ ୩୨ ବର୍ଷ ହେବ। ଦୁଇଜଣ ଯୁବକ ଯାଉଥିବା ବେଲେ ଏକ ଟ୍ରାକ୍ଟର ତାକୁ ପିଟି ଦେଇଥିବା ସୂଚନା ମିଳିଛି ।
ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିବା ସହ ଆଉ ଜଣକର ଅବସ୍ଥା ସଂକଟାପନ୍ନ ଅଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ବାଇକ ଆରୋହୀଙ୍କୁ ଉଦ୍ଧାର କରାଯାଇଥିଲା। ବାଇକ ଆରୋହୀ ଦୁଇଜଣଙ୍କୁ ପୋଲିସ ନିଜ ଗାଡିରେ ନେଇ ଡାକ୍ତରଖାନା ଯାଇଥିବା ସୂଚନା ମିଳିଛି ।
ବାଇକ ଆରୋହୀ ଏବଂ ଧକ୍କା ଦେଇଥିବା ଟ୍ରାକ୍ଟର ସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ସବିଶେଷ ଖବର ମିଳି ପାରିନାହିଁ ।

jittmm
Leave A Reply

Your email address will not be published.