jayashree

ବିଶିଷ୍ଠ ଶିକ୍ଷାବିତ୍ ଶ୍ୟାମାଦେଇ ପଟ୍ଟନାୟକଙ୍କ ପରଲୋକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପରିଚିତ ଶିକ୍ଷାବିତ୍ ତଥା ସମାଜସେବୀ ଶ୍ୟାମାଦେଇ ପଟ୍ଟନାୟକଙ୍କ ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ସ୍ୱର୍ଗତ ଦିନ ନାରାୟଣ ବହିଦାରଙ୍କ ସ୍ତ୍ରୀ ଅଟନ୍ତି । ସ୍ୱର୍ଗତ ପଟ୍ଟନାୟକ ୧୪ ସେପ୍ଟେମ୍ବର ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୋନପୁର ଏବଂ କର୍ତ୍ତଙ୍ଗ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦୀର୍ଘ ବର୍ଷ ଧରି ଶିକ୍ଷାଦାନ କରି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିଥିଲେ । ଶିକ୍ଷା କ୍ଷେତ୍ର ବ୍ୟତୀତ ସେ ସମାଜସେବାରେ ମଧ୍ୟ ସକ୍ରିୟ ଥିଲେ । ସେ ସତ୍ୟସାଇ ସେବା ସଂଗଠନ, ସୁବର୍ଣ୍ଣପୁରର ପୂର୍ବତନ ଶିକ୍ଷା ସଂଯୋଜିକା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ସୋନପୁର କରଣ ସମାଜର ଉପଦେଷ୍ଟା କମିଟି ସଦସ୍ୟ ଭାବେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ସୋନପୁର ଅଞ୍ଚଳର ଶିକ୍ଷାବିତ୍, ଛାତ୍ରଛାତ୍ରୀ, ସତ୍ୟସାଇ ପରିବାର ଏବଂ କରଣ ସମାଜ ସମେତ ସୋନପୁର ସହରରେ ଶୋକର ଛାୟା ଖେଳିଯାଇଛି । ଅନେକ ବିଶିଷ୍ଠ ବ୍ୟକ୍ତି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଜି ରାମେଶ୍ୱର ଶ୍ମଶାନ ଠାରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲା ବେଳେ ପୁଅ ସମୀର ରଞ୍ଜନ ବହିଦାର ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.