କାମ୍ ଥି ଜଏନ୍ ନାଇଁ କରବାର୍ ଡାକ୍ତର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର୍ ସରକାରୀ ଡାକ୍ତରଖାନା ଥି ଡାକ୍ତର୍ ଜଏନ୍ ନାଇଁ କରବାର୍ । ଡାକ୍ତର୍ ନିଯୁକ୍ତିର ଗୁଟେ ମାସ୍ ହେଇ ଯାଇଥିଲେ ବି ଡାକ୍ତର୍ ଜଏନ୍ ନାଇଁ କରବାର୍ ଯୁଗୁଁ ରୋଗୀ ମାନେ ବହୁତ୍ ଅସବିଧା ଥି ପଡୁଛନ୍ । ଲାଠୋର୍ ଥି କାମ୍ କରୁଥିବା ଆଘଲିର୍‌ ଏମବିବିଏସ୍ ଡାକ୍ତର ୧୦ ଫେବୃଆରୀ ୨୦୧୯ ଥି ଅଲ୍‌ଗା ଆଡ୍‌କେ ବଦଲି ହେଇ କରି ଗଲେ । ୨୦୧୯ ଥି ଲାଠୋରର ପିଲା ମାନେ ବଲାଙ୍ଗୀର୍ ସର୍କିଟ୍ ହାଉସ୍ ଥି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଭେଟ୍ କରି ଡାକ୍ତର ଲାଗି ଗୁହାରି କରିଥିଲେ । କେନସି ସୁଫଲ୍ ନାଇଁ ମିଲବାର୍ ଉତ୍ତାରୁ ଦୂର୍ଗା ଚରଣ ବେହେରାଙ୍କ ନେତୃତ୍ୱ ଥି ୨୦୨୧ ଫେବୃଆରୀ ୬ ତାରିଖ୍ ଗାଁ ବାଲେ ସିଡିଏମଓ ଆଉ କଲେକ୍ଟରଙ୍କୁ ଭେଟିଥିଲେ । ଯଦି ଡାକ୍ତର ନିଯୁକ୍ତି ନାଇଁ ହେଲା ବେଲେ ଫେବୃଆରୀ ୧୫ ତାରିଖ୍ ଦିନ୍ ଆନ୍ଦୋଳନ୍ କରବାକେ ଧମକ୍ ଦେଇଥିଲେ । ଇସବୁ ଦେଖି ସ୍ବାସ୍ଥ୍ୟ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଫିସ୍ ଚିଠି ସଂଖ୍ୟା ୮୫୦/ତା.୧୨/୨/୨୦୨୧ରିଖ୍ ରେ ଡ଼ଃ ସୂର୍ୟ୍ୟ ରଶ୍ମି ସୁମିତ ମହାଲିଙ୍ଗକୁ ଲାଠୋର୍ ଡାକ୍ତରଖାନା ଥି ନିଯୁକ୍ତି ଦେଇଥିଲେ । ନିର୍ଦ୍ଦେଶନାମାର୍ ମାସ୍ ଗୁଟେ ହେଇ ଯାଇଥିଲେ ବି ଡାକ୍ତର୍ କାମ୍ ଥି ଜଏନ୍ ନାଇଁ କରବାର୍ । ଇ ବିଷୋ ଥି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭୀମ ସାହୁଙ୍କୁ ପଚରାଲା ଉତ୍ତାରୁ ଆବଶ୍ୟକ ସହଯୋଗ ନାଇଁ ମିଲବାର୍ ଯୁଗୁଁ ଡାକ୍ତର ହେନ୍‌କେ ଯିବାକେ ରାଜି ନାଇଁ ହେବାର ବୋଲି କହିଛନ୍ ।

Leave A Reply

Your email address will not be published.