‘ରସାମୃତ’ ପ୍ରବନ୍ଧ ପୁସ୍ତକ ଉନ୍ମୋଚିତ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଲେଖକ ପ୍ରଶାନ୍ତ କୁମାର ରାୟଙ୍କ ପ୍ରବନ୍ଧ ‘ରସାମୃତ ଭୁବନେଶ୍ୱର ବାଲିପାଟଣା ବ୍ଲକର ବୁଦ୍ଧନାଥ ମନ୍ଦିର ଯାତ୍ରୀନିବାସଠାରେ ଉନ୍ମୋଚନ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଡକ୍ଟର ଅବଦୁଲ ଓସିଦ ଖାଁ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ, ”ବେଦ ଭାରତର ପ୍ରାଚୀନ ସାହିତ୍ୟ ଧର୍ମଶାସ୍ତ୍ର, ମାନବ ଜାତିର ଦର୍ପଣ। ମାନବ ସମାଜ ଧର୍ମ ଭାବନାରେ ରହିଲେ ବିପଥଗାମୀ ହୁଏ ନାହିଁ”। ଏହି ପୁସ୍ତକ ଉନ୍ମୋଚନ କାର୍ୟ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ମନୋରଞ୍ଜନ ରାୟ, ରବୀନ୍ଦ୍ର ଦାସ, ରମେଶ ଚନ୍ଦ୍ର ସାହୁ ଓ କୈଳାସ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଧ୍ୟାତ୍ମିକ ପୁସ୍ତକ ‘ରସାମୃତ’ର ସମୀକ୍ଷା କରିଥିଲେ । ଏଥିରେ ସଭାପତି ଭାବେ ଅଭିମନ୍ୟୁ ନାୟକ, ଉପସଭାପତି ବିପିନି ମହାନ୍ତି, ସମ୍ପାଦକ ଭଗବାନ ସାହୁ, ସମ୍ପାଦିକ ସୌମ୍ୟା ପରିଡ଼ା ଓ କୋଷାଧ୍ୟକ୍ଷ ଭାବେ ସୁରେଶ ସ୍ୱାଇଁଙ୍କୁ ମନୋନୀତ କରାଯାଇଥିଲା । ରବି ରାୟ ସ୍ମୃତି ସଂସଦର ସେବାକାର୍ୟ୍ୟ, ତାଙ୍କ ଜନ୍ମମାଟିରୁ ଆରମ୍ଭ ହୋଇ ବ୍ୟାପ୍ତ କରାଯିବ ବୋଲି ସଭାରେ ସ୍ଥିର କରାଯାଇଥିଲା ।

Leave A Reply

Your email address will not be published.