ଅଗଷ୍ଟ ୧ରେ ହେବ ଚଳିତ ବର୍ଷର ଡାକ୍ତରୀ ପରୀକ୍ଷା ବା ନିଟ୍

ଭୁବନେଶ୍ୱର : ଅଗଷ୍ଟ ୧ରେ ହେବ ଚଳିତ ବର୍ଷର ଡାକ୍ତରୀ ପରୀକ୍ଷା ବା ନିଟ୍ । ଏନେଇ ନାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଚଳିତ ବର୍ଷ ଅଫଲାଇନରେ ପରୀକ୍ଷା ହେବାନେଇ ସୂଚନା ରହିଛି । ୨୦୨୧ ବର୍ଷରେ ହିନ୍ଦୀ, ଇଂରାଜୀ ସମେତ ପ୍ରାୟ ୧୧ଟି ଭାଷାରେ ପରୀକ୍ଷା କରାଯିବ। ପରୀକ୍ଷା ଧାରାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପରୀକ୍ଷା, ସିଲାବସ୍‌, ବୟସ ପାଇଁ ଯୋଗ୍ୟତା ମାନଦଣ୍ଡ, ସଂରକ୍ଷଣ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ସୂଚନା ନିଟ୍ ୱେବସାଇଟ୍‌ରେ ଖୁବଶୀଘ୍ର ଉପଲବ୍ଧ ହେବ । ନିଟ୍ ପରୀକ୍ଷା ଦେବାକୁ ଚହୁଁଥିବା ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ nta.ac.in ଏବଂ ntaneet.nic.in ଯାଇ ଯାଞ୍ଚ କରିପାରିବେ ।

Leave A Reply

Your email address will not be published.