tur
shyamlal

ଏଠି, ସେଠି, ସବୁଠି ଜଳୁଛି ନିଆଁ : ଧନ ଜୀବନ ସୁରକ୍ଷା ପାଇଁ ନିଯୁକ୍ତ ଦମକଳ ବିଭାଗ ଜଙ୍ଗଲର ନିଆଁ ଲାଭାଇବା କାମରେ ବ୍ୟସ୍ତ, ୩ଟି ସେକ୍ସନରେ ନିଯୁକ୍ତ ଅଛନ୍ତି ମାତ୍ର ୧୦ଜଣ ଫାୟାର ସ୍କ୍ୱାର୍ଡ

ଦେଓଗାଁ, (ମନୀଷ କୁମାର ସାହୁ) : ନିଆଁ ଦାଉରୁ ଜଙ୍ଗଲ ସମ୍ପଦକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଯେଉଁ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଲେ, ଜିପିଏସ ମାଧ୍ୟମରେ ଜଣାପଡ଼ିବା ପରି ତୁରନ୍ତ ନିଆଁକୁ ଆୟ କରିବା ପାଇଁ ବିଭିନ୍ନ ଊପାୟ ଉପଯୋଗ କରାଯାଉଛି । ହେଲେ ଦେଓଗାଁ ରେଞ୍ଜ ଅଞ୍ଚଳରେ ଅନେକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରାଯାଇ ପାରୁନାହିଁ, ଯଦିଓ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ ପରିଶ୍ରମ କରୁଛନ୍ତି । ଦେଓଗାଁର ଚାରିପଟେ ଥିବା ଜଙ୍ଗଳରେ ପ୍ରତି ଦିନ ହୁ ହୁ ହୋଇ ନିଆଁ ଜଳୁଥିବା ଦେଖାଯାଉଛି । ଅନ୍ୟ ପଟରେ ଜଙ୍ଗଳ ବିଭାଗ ପକ୍ଷରୁ ନିଆଁ ନ ଲାଗିବା ଓ ନିଆଁକୁ ଆୟତ୍ତ କରିବା ପାଇଁ ର୍ଫାୟାର ସ୍କ୍ୱାର୍ଡ ନିଯୁକ୍ତି କରାଯାଇଛି । ଜଙ୍ଗଲ ସହ ବାହାର ଶୁଖା ପତ୍ରକୁ ଯନ୍ତ୍ର ସାହାର୍ଯ୍ୟରେ ଅଲଗା କରାଯାଉଛି । ଅନ୍ୟପଟେ ଘର ପୋଡି, ରାସ୍ତା ଦୁର୍ଘଟଣା ପରି ଦୈବୀ ଦୁର୍ବିପାକ ଯୋଗୁଁ ଧନ ଜୀବନ ନଷ୍ଟ କବଳରୁ ରକ୍ଷା କରିବା ପାଇଁ ନିଯୁକ୍ତି ହୋଇଥିବା ଦମକଳ ବିଭାଗ ପ୍ରତିଦିନ ଜଙ୍ଗଲ ପୋଡୁଥିବା ନିଆଁକୁ ଆୟ କରିବାରେ ବ୍ୟସ୍ତ ଥିବାରୁ ସାଧାରଣ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଅନେକ ସମୟରେ କେନ୍ଦୁପତ୍ର ବିଭାଗର କର୍ମଚାରୀମାନେ କେନ୍ଦୁ ଗୋଚ୍ଛାକୁ ପୋଡାଇବା ବେଳେ ଜଙ୍ଗଲରେ ନିଆଁ ଲାଗୁଥିବା ମଧ୍ୟ ଅଭିଯୋଗ ଆସୁଛି । ଜଙ୍ଗଲ ବିଭଗକୁ ପଚାରିବାରୁ ଦେଓଗାଁ ରେଞ୍ଜରେ ଥିବା ୩ଟି ସେକ୍ସନ ଯଥା, ଦେଓଗାଁ, ଗୁଡ଼ଭେଲା ଓ କୁଡାସିଂହା ସେକ୍ସନରେ ନିଆଁକୁ ଆୟତ୍ତ କରିବା ପାଇଁ ମାତ୍ର ୧୦ଜଣ ଫାଏର ସ୍କ୍ୱାର୍ଡ ନିଯୁକ୍ତି ପାଇଛନ୍ତି । ଅନେକ ସମୟରେ ଫରେଷ୍ଟର, ଗାର୍ଡମାନେ ମଧ୍ୟ ନିଆଁ ଲିଭା କାମରେ ସାହାର୍ଯ୍ୟ କରୁଛନ୍ତି । ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ସମିତିର ସଦସ୍ୟ ବା ତାଙ୍କ ଦ୍ୱାରା ମନୋନୀତ ହୋଇଥିବା ଜଙ୍ଗଳ ପ୍ରେମୀଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ କାମରେ ଲାଗାଇଲେ ଅଧିକ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଏ ।

Leave A Reply

Your email address will not be published.