oom

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା ସମ୍ମିଳନୀ ଅନୁଷ୍ଠିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଡୁଙ୍ଗୁରି ସ୍ଥିତ ଏସିସି ସ୍ପୋର୍ଟ୍ସ କ୍ଲୁବ ଠାରେ ଏସିସି ସ୍ପୋର୍ଟ୍ସ କ୍ଲବ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ତଥା ପ୍ରତିଜ୍ଞା ଟ୍ରଷ୍ଟର ସହାୟତାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ସଭାପତି ଭାବରେ କବିତା ଦାସ ସମ୍ମାନିତ ଅତିଥି ଭାବରେ ଆମ୍ବଭନା ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ନୀଳକୁମାରି ନାଇକ, ଏସିସି କ୍ଳବ ଶ୍ରୀମତୀ ରିତୁ ଶ୍ରୀବାସ୍ତବ, ଉପସଭାନେତ୍ରୀ ଶ୍ରୀମତୀ ରୀନାରାଣୀ ସାହୁ ତଥା ଡୁଙ୍ଗୁରି ନାଇବ ସରପଞ୍ଚ ଶ୍ରୀମତୀ ଯଶୋଦା ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ସମାଜରେ ନାରୀଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ପ୍ରତିଟି କ୍ଷେତ୍ରରେ କିପରି ନିଜ ପ୍ରତିଭା ଓ ନିଜେ ସ୍ୱାବଲମ୍ବୀ ହେବେ ମହିଳାମାନେ, ସେହି ବିଷୟରେ ଅତିଥି‌ଙ୍କ ଦ୍ୱାରା ଉଦବୋଧନ ଦିଆଯାଇଥିଲା । ଏଥି ସହ ବିଭିନ୍ନ ପ୍ରଭାବଶାଳୀ ମହିଳା ମାନଂକୁ ସେମାନଙ୍କର କାର୍ୟ୍ୟ ଦକ୍ଷତା ଯୋଗୁଁ ପୁରସ୍କୃତ କରାଯାଇଥିଲା । ଏହି ସମ୍ମିଳନୀରେ ଶହେରୁ ଉର୍ଦ୍ଧ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ତଥା ଅଙ୍ଗନବାଡି ଓ ଆଶା କର୍ମୀ ମାନେ ଅଂଶଗ୍ରହଣ କରିଥିଲେ । ସଭା ଶେଷରେ ପ୍ରତିଜ୍ଞା ଟ୍ରଷ୍ଟର ସଭାନେତ୍ରୀ ସୁଲେଖା ନାୟର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.