ହେମାଳ ସଂଘର ଦୁଇ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜିର ସର୍ବ ପୁରାତନ ହେମାଳ ସଂଘର ଦୁଇ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ହେମାଳ ଭବନରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ହେମାଳ ସଂଘ ଏକ ଦିନ ମଜୁରୀଆ ମାନଙ୍କ ଏକ ସଂଗଠନ ଏହି ସଂଘରେ ପାଖାପାଖି ୩ଶହ ସଦସ୍ୟ ଅଛନ୍ତି । ସ୍ଥାନୀୟ ସହରରେ ଥିବା ବ୍ୟବସାୟୀମାନଙ୍କ ବିଭିନ୍ନ ଗୋଦାମ, ରେଲ ଗୋଦାମ ଶ୍ରମିକ ସଂଗଠନରେ ଦୀର୍ଘ ବର୍ଷ ହେଲା ଦୈନିକ ମଜୁରୀ ହିସାବରେ କାମ କରିଆସୁଛନ୍ତି । ସଂଗଠନର ସଭାପତି ଶେଷଦେବ ପୁଟେଲ, ସଂପାଦକ ବିସର୍ବ ବେହେରାଙ୍କ ଆପ୍ରାଣ ଉଦ୍ୟରେ ସଂଗଠନକୁ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟରେ ପଞ୍ଜିକୃତ କରିବା ପରଠାରୁ ସଂଗଠନର ସଦସ୍ୟମାନଙ୍କ ପାଇଁ ଏକ ନିଜସ୍ୱ ଭବିଷ୍ୟ ନିଧି ପାଣ୍ଠି ଗଠନ କରିଛନ୍ତି । ସଂଗଠନର କୌଣସି ସଦସ୍ୟ ୬୦ ବର୍ଷ ହେଲେ ସେମାନେ କାର୍ଯ୍ୟରୁ ଅବସର ନେବା ପାଇଁ ସଂଘର ପ୍ରସ୍ତାବ ରଖି ପ୍ରଥମଥର ପାଇଁ ଆଜି ଦୁଇ ବୟୋଜ୍ୟେଷ୍ଠ ସଦସ୍ୟ ଦୁର୍ଯ୍ୟୋଧନ ପୁଟେଲ ହରି ବରିହାଙ୍କୁ ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରି ଉପଢୌକନ, ଫୁଲ ତୋଡା ଦେବା ସହ ନଗଦ କୋଡିଏ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ସଂଗଠନର ସମସ୍ତ ୩୦୦ ଜଣ ସଦସ୍ୟ ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.