jsm

ସଂଯୁକ୍ତ ଯୁବ ସଂଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଆନ୍ତର୍ଜାତିକ ମହିଳା ଦିବସ ସଂଯୁକ୍ତ ଯୁବ ସଂଗଠନ ବରଗଢ ତରଫରୁ ପ୍ରତିବର୍ଷ ପରଶ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା ,ବାନପ୍ରସ୍ଥ (ଜରାନିଵାସ) ଚକରକେନ୍ଦ ଛକ ବରଗଡ଼ ଠାରେ ପ୍ରାକୃତିକ ସୁରମ୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଡଃ ତପସ୍ଵିନୀ ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ଵଳନ ପୂର୍ବକ ମହିଳା ଦିବସକୁ ଉଦଘାଟନ କରିଥିଲେ। ଏହା ପରେ ମାତୃଛାୟାର ଅନ୍ତେବାସିନୀ ମାନଙ୍କୁ ନେଇ ଖେଳ ପ୍ରତିଯୋଗିତା ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରାଥିନୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଆସିଥିବା ଅତିଥି ମାନେ । ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ସୁରେଶ୍ଵରୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ତପସ୍ଵିନୀ ମହାପାତ୍ର, କବିତା ରଥ, ମଞ୍ଜୁ ଶତପଥି, ନିରୁପମା ଶତପଥି ଯୋଗ ଦେଇ ମହିଳା ମାନଙ୍କୁ ଆଧ୍ୟାତ୍ମିକ ଓ ଭାରତୀୟ ସ଼ଂକୃତି ଓ ପରମ୍ପରା ମାର୍ଗରେ ନେଇ ପାରିଲେ ମହିଳା ସଶକ୍ତିକରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଉକ୍ତ ସଭାରେ ସୂଶ୍ରୀ ଲବଙ୍ଗ ସାହୁ େସ୍ୱେ‌ଚ୍ଛାସେବୀକା ସଭାପତିତ୍ୱ କରିଥିଲା ବେଳେ ସଙ୍ଗୀତା ସାହୁ ଅଧ୍ୟକ୍ଷା ମାତୃଛାୟା ‌ସ୍ୱାଗତ ଜଣାଇ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ନନ୍ଦିନୀ ଗଢତୀୟା ସେବିକା ମାତୃଛାୟା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.