ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଲେ

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ‌ଙ୍କ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛ‌ନ୍ତି । ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ ଓ ଆସନ୍ତାକାଲି କାର୍ୟ୍ୟକାରିଣୀ ବୈଠକ ବସିବ । ଏହି ଦୁଇ ଦିନିଆ କାର୍ୟ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ଆଜି ଏୟାରଏସିଆ ବିମାନ ଯୋଗେ ଭୁବନେଶ୍ଵରକୁ ଆସି ପହଞ୍ଚିଛନ୍ତି । ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ମୁଖପାତ୍ର ଗୋଲକ ମହାପାତ୍ର, ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ନେତୃବୃନ୍ଦ ତାଙ୍କୁ ସ୍ଵାଗତ କରିଛନ୍ତି । ତେବେ ଏହି ଦୁଇଦିନିଆ କାର୍ୟ୍ୟକାରିଣୀ ବୈଠକ ବିଜେପି ଲାଗି ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି । ଆସନ୍ତା ପିପିଲି ଉପନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଲାଗି ଦଳ ରଣନୀତି ପ୍ରସ୍ତୁତ କରିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.