ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ତଥା ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଅତାବିରା ଏନ୍ଏ୍ସି ଠାରେ ମୋ ସେବା କେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ । ଏହି ସେବା କେନ୍ଦ୍ର ମାଧ୍ୟମରେ ଓଡ଼ିଶାର ଜନସାଧାରଣ ସହଜରେ ବିଭିନ୍ନ ସରକାରୀ ସେବା ଯୋଗାଇ ଦିଆଯାଇ ପାରିବ ବୋଲି କହିଥିଲେ । ଉଦଘାଟନୀ ଉତ୍ସବ ପରେ ଏହି କେନ୍ଦ୍ରରେ ପ୍ରଥମେ ଇଲେକ୍ଟ୍ରି ବିଲ ପାଠ କରିଥିବା ଜେନାମଣି ଗେଜୋଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା କେନ୍ଦ୍ରର ସୁବିଧା ବିଷୟରେ ବାର୍ତ୍ତାଳାପ କରିଥିଲେ । ଉଦଘାଟନ ସ୍ଥଳୀରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ଓ ସମସ୍ତ ପ୍ରସାଶନିକ ଅଧିକାରୀ ଉପସ୍ଥିତ ଥିଲେ ।
Prev Post