oom

ଜୁନିୟର ଇଂଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ନାଏକ କ୍ରିକେଟ ଏକାଡେମୀ ଚମ୍ପିୟାନ, ସମର୍ପିତ ଶ୍ରେଷ୍ଠ ଖେଳାଳି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଅନ୍ତିମ ଦିବସରେ ନବକିଶୋର ଓ ନାଏକ ଏକାଡେମୀ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ନବକିଶୋର କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର ରେ ୯ ୱିକେଟ ବିନିମୟରେ ୨୪୭ ରନ୍ ସଂଗ୍ରହ କରିଛି । ନବକିଶୋର ଦଳ ପକ୍ଷରୁ ସମର୍ପିତ ପଟେଲ ସର୍ବାଧିକ ୧୨୦ ରନ୍‌, ପ୍ରତ୍ୟୁଷ ମହାନନ୍ଦ ୩୭ ରନ୍ ସଂଗ୍ରହ କରିଥିଲେ । ନାଏକ ଏକାଡେମୀ ଦଳ ପକ୍ଷରୁ ସଫଳ ବୋଲର ଭାବେ ଓମ୍‌କାର ମହାନ୍ତି ୩ ଗୋଟି ୱିକେଟ ଓ ଗୌରବ ଦେବ କୁମ୍ଭାର ୩ ଗୋଟି ଓି୍ୱକେଟ ଅକ୍ତିଆର କରିଥିଲେ । ୨୪୮ରନ୍ ର ଲକ୍ଷ୍ୟକୁ ପିଛା କରି ନାଏକ କ୍ରିକେଟ ଏକାଡେମୀ ଦଳ ୩୮.୫ ଓଭରରେ ୪ୱିକେଟ ବିନିମୟରେ ୨୪୮ରନ୍ ସଂଗ୍ରହ କରି ୬ ୱିକେଟରେ ବିଜୟୀ ହୋଇଥିଲେ । ନାଏକ କ୍ରିକେଟ ଏକାଡେମୀ ପକ୍ଷରୁ ଆର‌୍ୟନ କୁମାର ଦାନୀ ସର୍ବାଧିକ ୮୬ ରନ୍‌, ଗୌରବ ଦେବ କୁମ୍ଭାର ୭୩ ରନ୍ ଓ ଶ୍ରିତମ୍ ମିଶ୍ର ୧୭ ସଂଗ୍ରହ କରିଥିଲେ । ନବକିଶୋର ଦଳ ତରଫରୁ ସଫଳ ବୋଲର ଭାବରେ ଅନୁରାଗ ପ୍ରଧାନ ୩ଗୋଟି ୱିକେଟ ଓ ଶ୍ରୀୟାଂଶ ପଣ୍ଡା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବ୍ୟାଟସମ୍ୟାନ ଓ ଶ୍ରେଷ୍ଠ ଖେଳାଳି ଭାବରେ ସମର୍ପିତ ପଟେଲ, ବେଷ୍ଟ ବୋଲର ହିସାବରେ ଓମ୍‌କାର ମହାନ୍ତି, ମ୍ୟାନ୍ ଅଫ୍ ଦି ଫାଇନାଲ ଭାବେ ଗୌରବ ଦେବ କୁମ୍ଭାରଙ୍କୁ ଅତିଥିମାନେ ଟ୍ରଫି ଦେଇ ସମ୍ମାନିତ କରିଥିଲେ ।

ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ସମୀର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଶୁଭଙ୍କର ନାୟକ ଓ ସ୍ୱାଗତ ତ୍ରିପାଠି ସ୍କୋରିଂ ଦାୟିତ୍ୱ ତୁଳାଇ ଥିଲେ । ଉଦ୍‌ଯାପନି ସମାରୋହରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ପୌର ପାଳିକାର କାର୍ୟ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଉପସ୍ଥିତ ରହି ଚମ୍ପିୟାନ ଦଳ ତଥା ରନର୍ସ ଦଳକୁ ଟ୍ରଫି ସହ ସମ୍ମାନିତ କରିଥିଲେ । କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱରେ ତଥା ଉପ-ସଭାପତି ପ୍ରହଲ୍ଲାଦ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ୟ୍ୟ ସ୍ୱାଗତ ଭାଷଣ ଦେଲା ପରେ ସଂପାଦକ ଶ୍ରୀ ପୂଜାରୀ, ଓସିଏ ଇନଟ୍ରାକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ସଂପର୍କରେ ସୂଚନା ଦେଇ କୃତି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସଂସଦର କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଯୁଗ୍ମ ସଂପାଦକ ଶତୃଘ୍ନ ସିଂହ, ଭଲିବଲ ସଂପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଫୁଟବଲ ସଂପାଦକ ଅନନ୍ତ ବେହେରା, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, ଚେତନାନନ୍ଦ ପଣ୍ଡା, ହରେଶ ଦାନି, ବିକ୍ରମ ପାତ୍ର, ବିଜୟ ଜାନି, ଚନ୍ଦ୍ରଚୁଡ ପଣ୍ଡା, ବିଭୁତି ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.