ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ପଞ୍ଚମ ଦିବସରେ ନବକିଶୋର କ୍ରିିକେଟ କ୍ଲବ ଓ ଟିଟିଲାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବକିଶୋର ଦଳପ୍ରଥମେ ବ୍ୟାଟିଂ କରି ୩୬.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୬ ରନ ସଂଗ୍ରହ କରିଥିଲା । ନବକିଶୋର ଦଳ ତରଫରୁ ଅନୁରାଗ ପ୍ରଧାନ ସର୍ବାଧିକ ୫୯ ରନ, ଆୟୁଷ ନାଥ ୩୧ ରନ୍‌, ଅଭିଜିତ ପାତ୍ର ୨୦ ରନ୍‌ ଓ ଶ୍ରୀୟସ ପଣ୍ଡା ଅପରାଜିତ ୧୭ ରନ ସଂଗ୍ରହ କରିଥିଲେ । ଟିଟିଲାଗଡ ଦଳ ତରଫରୁ ସଫଳ ବୋଲର ଭାବରେ ଦିବ୍ୟମ୍‌ ଛପାଡିଆ ୩ ଗୋଟି ୱିକେଟ, ପ୍ରତାପ ରଣା ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଟିଟିଲାଗଡ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୮୩ ରନ୍‌ ସଂଗ୍ରହ କରିଥିଲା । ଏହି ମ୍ୟାଚକୁ ନବକିଶୋର ଦଳ ୧୩୩ ରନ୍‌ ବ୍ୟବଧାନରେ ବିଜୟୀ ଲାଭ କରିଥିଲା । ନବକିଶୋର ଦଳ ତରଫରୁ ସଫଳ ବୋଲର ଭାବରେ ଅଙ୍କିତ ନାୟକ ସର୍ବାଧିକ ୫ଟି ୱିକେଟ, ସମର୍ପିତ ପଟେଲ ୩ଗୋଟି, ଅଭିଜିତ ପାତ୍ର ଓ ଭବ୍ୟସ ପଧାରିଆ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପେୟାର ପୃଥ୍ୱୀରାଜ ମିଶ୍ର ଓ ବିଶ୍ୱମ୍ବର ମହାକୁଡ ପରିଚାଳନା କରିଥିବା ବେଳେ ସ୍ୱାଗତ ତ୍ରିପାଠୀ ଏବଂ ଜଗପତି ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.