csstore

ରକ୍ତ ଦାନ ଶିବିରରେ ଯୋଗ ଦେଲେ ମନ୍ତ୍ରୀ : ସ୍ଵାମୀ ସ୍ତ୍ରୀ କଲେ ରକ୍ତ ଦାନ

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ରକ୍ତ ଦାନ ମହାପୁଣ୍ୟ । ରକ୍ତ ଦାନ ଦ୍ଵାରା ଅନେକ ଗରିବ ନୀରିହ ମାନଙ୍କ ଜୀବନ ବଞ୍ଚିଥାଏ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କରମତଲା ପଞ୍ଚାୟତ ଛନଛଡା ସ୍ୱରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ଟୁକୁନି ସାହୁଙ୍କ ପରାମର୍ଶରେ ସ୍ଥାନୀୟ ସରପଞ୍ଚ ହିମାଞ୍ଚଳ ବୁଡେକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏହି ରକ୍ତ ଦାନ ଶିବିରରେ ୪୨ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା । ଅନ୍ୟପଟେ ସଂଗୀତା ଅଗ୍ରୱାଲ ଓ ଭଜନ ଅଗ୍ରୱାଲ ସ୍ୱାମୀ ସ୍ତ୍ରୀ ରକ୍ତ ଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଉସାହ ମଧ୍ୟ ଦେଖିବାକୁ ମିଳିଥିଲା । ମନ୍ତ୍ରୀଙ୍କ ପ୍ରତିନିଧି ରାଜକିଶୋର ଡାଙ୍ଗ, ମଘା ମୁନାଙ୍‌ଙ୍କ ସହ ଆଇନଜୀବୀ ମୁକେଶ ଚନ୍ଦ୍ର ଠାକୁର ପ୍ରମୁଖ ରକ୍ତ ଦାନ କରିଥିଲେ । ଏଥିରେ ସଇଁନ୍ତଲା ବିଜେଡି ବ୍ଳକ ସଭାପତି ଦିଲିପ ରାଜପଲିଆ, ଦୁର୍ଗା ପ୍ରସାଦ ଶର୍ମା, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବର୍ଦ୍ଧନ ପୁରୋହିତ, ଟୁନୁ ରାଜପଲିଆ, ମନ୍ତ୍ରୀଙ୍‌ଙ୍କ ପ୍ରତିନିଧି ରାଜକିଶୋର ଡାଙ୍ଗ, କମଳ ଶର୍ମା, ରାଧେଶ୍ୟାମ ପାତ୍ର, ପ୍ରୀତମ ପୋଡ଼, ସୁଧାଂଶୁ ଶେଖର ବୁଡେକ, ଦେବରାଜ ପୂଜାରୀ, ଉମାଶଙ୍କର ପୁରୋହିତ, ସୁଜିତ ନାଗ, ବିଶ୍ଵନାଥ ସୁଅର, ବିକ୍ରମ ସିଂ ବୁଡେକ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ୱରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ୟ୍ୟ ପୁରୁଷୋତ୍ତମ ପଣ୍ଡା, ସ୍ୱପ୍ନା ବାଗ, ସୁନିତା ପଞ୍ଚୁ, ଉଗ୍ରସେନ ବୁଡେକ, ସୁରଞ୍ଜନ ରଣା, ସତ୍ୟନାରାୟଣ ମହାକୁର, ସଂସାର କୁମାର ସାହୁ, ରଶ୍ମିରଞ୍ଜନ ବାଗ, ଉର୍ମିଳା ସିଂ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.