ls

ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ସଚେତନତା

2020

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡ଼ଭା ପଞ୍ଚାୟତ ଡଭା କଲେଜ ଠାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ମାସ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । କାର୍ୟ୍ୟକ୍ରମକୁ ମାସର ସଂଯୋଜକ ଆଦିକନ୍ଦ ବିଶ୍ୱାଳ ପରିଚାଳନା କରିଥିଲେ । ଅଞ୍ଚଳର ଡ୍ରାଇଭରମାନେ ଏହି କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବର୍ତ୍ତମାନ ସଡ଼କ ସୁରକ୍ଷାକୁ ଏକ ସାମାଜିକ ସମସ୍ୟା ହିସାବରେ ଗ୍ରହଣ କରି ଆମ ସମସ୍ତଙ୍କୁ ଏକ ଜୋଟ ହୋଇ ଏହାକୁ ନିବାରଣ କରିବାର ସମୟ ଆସିଛି । ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରଭାବିତ ପରିବାର ମାନଙ୍କ ଉପରେ ଆର୍ଥିକ ତଥା ମାନସିକ ବୋଝ ବଢ଼ିଥାଏ । ସେଥିପାଇଁ ଆମକୁ ସଡ଼କ ସୁରକ୍ଷା ପ୍ରତି ଯତ୍ନବାନ ହୋଇ ଏ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡିବ । ଆମର ଅର୍ଥନୀତିକୁ ଆଗକୁ ନେବାରେ ଡ୍ରାଇଭରମାନଙ୍କ ଅବଦାନ ଯଥେଷ୍ଟ ଥିବାରୁ ସେମାନଙ୍କୁ ପାଇଲଟ ଭାବରେ ସମ୍ବୋଧନ କରାଯିବା ଉଚିତ ବୋଲି ମାସର ସଂଯୋଜକ ଶ୍ରୀ ବିଶ୍ୱାଳ ବୁଝାଇ କହିଥିଲେ । ଏହି କାର୍ୟ୍ୟକ୍ରମରେ ସେମାନେ ସଡ଼କ ସୁରକ୍ଷା ସମ‌ନ୍ଧୀୟ ପ୍ଲା କାର୍ଡ ଧରି ସଚେତନତାର ବାର୍ତ୍ତା ବାଣ୍ଟି ଥିଲେ । କାର୍ୟ୍ୟକ୍ରମ ଶେଷରେ ହେଲମେଟ ଏବଂ ମାସ୍କ ବଣ୍ଟନ କରାଯାଇଥିଲା । ଡଭା ଜୁନିୟର କଲେଜ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଥପା, ଉଚ୍ଚବିଦ୍ୟାଲୟର ପ୍ରଧାନ ଶିକ୍ଷକ ସୀତାକାନ୍ତ ବଢ଼େଇ, ଅଧ୍ୟାପକ ସୁଧୀର କୁମାର ରଥ, ରଜତ କୁମାର ପଧାନ, ଝାରବନ୍ଧ ମହାବିଦ୍ୟାଳୟର ଅଧ୍ୟାପକ ଖ୍ୟାତିମୟ ତ୍ରିପାଠୀ, ସହକାରୀ କୃଷି ଅଧିକାରୀ ଗୌରାଙ୍ଗ ଚରଣ ମହାରଣା, ଅବସରପ୍ରାପ୍ତ ସୈନିକ ଜୟକୁମାର ସାହୁ, ସ୍କାଉଡ଼ଗାଇଡ଼ ଇନଚାର୍ଜ ଅଧ୍ୟାପକ ସରୋଜ ସାହୁ, ଡଭା ସରପଞ୍ଚ ଦଶରଥ ବରିହା, ସୁବାଷ ସାହୁ ମାସ କର୍ମକର୍ତା ରେବତୀ ରାଉତ, ଘନଶ୍ୟାମ ପଧାନ, ହାରାଧନ ଭଏନା, କେଶବ ଡ଼ନସନା ଯୋଗଦାନ କରି ସଡ଼କ ସୁରକ୍ଷା ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ସଡ଼କ ସୁରକ୍ଷା ଜୀବନ ରକ୍ଷା, ସୁରକ୍ଷିତ ରୁହନ୍ତୁ ସୁଖି ରୁହନ୍ତୁ ଆଦି ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ସଚେତନ ଶୋଭାଯାତ୍ରା କରିଥିଲେ ।

Leave A Reply

Your email address will not be published.