
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ରାହ୍ମଣ ସମାଜ ତରଫରୁ ବାର୍ଷିକ ପରିବାର ମିଳନ ଅବସରରେ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ଆଜି ସୁସାହିତ୍ୟିକ ଡ. ପ୍ରେମାନନ୍ଦ ବେହେରାଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଛି । ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ଡୋଲାମଣି ପୁରୋହିତ ଓ ଅବସରପ୍ରାପ୍ତ ଜଜ୍ ହରିହର ଶତପଥୀଙ୍କୁ ମଧ୍ୟ ସମ୍ୱର୍ଦ୍ଧନା ଦିଆଯାଇଛି । ବ୍ରାହ୍ମଣ ସମାଜ, ପର୍ଶୁରାମ ବାହିନୀ ଗାୟତ୍ରୀ ବାହିନୀର ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସମସ୍ତ ସଭ୍ୟ ଏହି ସଭାରେ ଉପସ୍ଥିତ ଥିଲେ । ବର୍ତ୍ତମାନ ଶ୍ରୀ ବେହେରା ପଦ୍ମପୁର ସ୍ଥିତ କନସିଂହା ସତ୍ୟାସେବା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି ।